ଓଡ଼ିଶାଲାଇଭ ବ୍ୟୁରୋ

କଶ୍ମୀରରୁ ଧାରା ୩୭୦ ହଟିବା ପରେ ପ୍ରତିଶୋଧ ନେବାକୁ ବାଟ ଖୋଜୁଛି ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ। ତେବେ ଆଜି ରାଜଧାନୀ ଦିଲ୍ଲୀରେ ଜୈଶ-ଇ-ମହମ୍ମଦର ୪ ଆତଙ୍କବାଦୀ ପ୍ରବେଶ କରିଥିବା ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି। ଏନେଇ ରାଜଧାନୀରେ ହାଇଆଲର୍ଟ ଜାରି କରାଯାଇଛି।

ନବରାତ୍ରୀ ଓ ଦଶହରାରେ ଭାରତ ଉପରେ ବଡ଼ ଧରଣର ଆକ୍ରମଣ ଷଡ଼ଯନ୍ତ୍ର କରୁଛି ଆତଙ୍କବାଦୀ ସଂଗଠନ। ଏନେଇ ଦିଲ୍ଲୀର ଗୁରୁତ୍ଵପୂର୍ଣ୍ଣ ସ୍ଥାନମାନଙ୍କରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସହ ଯାଞ୍ଚ କରୁଛି ଦିଲ୍ଲୀ ପୋଲିସ।

ଏହି ୪ ଆତଙ୍କବାଦୀ ଦିଲ୍ଲୀର ଧାର୍ମିକ ସ୍ଥାନ, ମନ୍ଦିର ଓ ଜନଗହଳିପୂର୍ଣ୍ଣ ସ୍ଥାନକୁ ଟାର୍ଗେଟ ରଖିଛନ୍ତି। ଆକ୍ରମଣ ପାଇଁ ସେମାନେ ସାଇକେଲ, ବାଇକ, ଅଟୋ, ଏମିତି କି ପୋଲିସ ଗାଡ଼ି ବି ବ୍ୟବହାର କରି ପାରନ୍ତି ବୋଲି ଗୁଇନ୍ଦା ବିଭାଗ ସତର୍କ କରିଛି।

ଏହି ଆତଙ୍କବାଦୀମାନେ କଶ୍ମୀର ସୀମା ଦେଇ ଦିଲ୍ଲୀରେ ପ୍ରବେଶ କରିଛନ୍ତି। ଏମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ ଜାରି ରଖିଛି। କେବଳ ଏତିକି ନୁହେଁ ଆକ୍ରମଣର ଆଶଙ୍କା ଥିବାରୁ ପୋଲିସ ସ୍ଵାଟ୍‌ କମାଣ୍ଡୋଙ୍କୁ ଡକାଇଛି।

Comment