ଓଡ଼ିଶାଲାଇଭ୍ ବ୍ୟୁରୋ

ବୁଧବାରୁଠାରୁ ବିଶାଖାପାଟଣାରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ। ଗୁରୁବାର ଦ୍ୱିତୀୟ ଦିନରେ ଭାରତୀୟ ଓପନର ରୋହିତ ଶର୍ମା ମାତ୍ର ଅଳ୍ପ ରନ୍ ପାଇଁ ଦ୍ୱିଶତକରୁ ବଞ୍ଚିତ ହୋଇଛନ୍ତି।

ରୋହିତ ତାଙ୍କ ଇଂନିସରେ ୧୭୬ରନ କରି ଡି କକ୍‌ଙ୍କ ଦ୍ୱାରା ଷ୍ଟମ୍ପ ଆଉଟ୍ ହୋଇଯାଇଛନ୍ତି। ଏହାସହ ସେ ଦ୍ୱିଶତକରୁ ମାତ୍ର ୨୪ରନ ପଛରେ ରହିଯାଇଥିଲେ। ରୋହିତ ତାଙ୍କ ଇଂନିସରେ ମୋଟ ୨୩ଟି ଚୌକା ଓ ୬ଟି ଛକା ମାରିଥିଲେ। ଲଗାତାର ଭାବେ ଦକ୍ଷିଣ ଆଫ୍ରିକାର ବୋଲିଂ ବାହିନୀ ଉପରେ ଆକ୍ରମଣ ଜାରି ରଖିଥିଲେ ଏହି ନୂଆ ଟେଷ୍ଟ ଓପନର। ମୁଖ୍ୟତଃ ଖରାପ ବଲ ଉପରେ ଜୋରଦାର ଆକ୍ରମଣ କରିଥିଲେ ଦୁଇ ଓପନର।

ଅନ୍ୟପଟେ ଓପନର ମୟଙ୍କ ଅଗ୍ରୱାଲ ମଧ୍ୟ ବହୁତ ଭଲ ବ୍ୟାଟିଂ କରିଛନ୍ତି। ସେ ମଧ୍ୟ ତାଙ୍କର ୧୫୦ରନ ପୂରଣ କରିଛନ୍ତି। ସେ ତାଙ୍କ ଇଂନିସରେ ମୋଟ ୧୮ଟି ଚୌକା ଓ ୩ଟି ଛକା ମାରି ନିଜର ୧୫୦ ରନ୍‌ ପୂରଣ କରିଛନ୍ତି।  ରୋହିତ ଆଉଟ୍ ହୋଇଯିବା ପରେ ପୁଜାରା ମାତ୍ର ୬ରନ୍ କରି ଆଉଟ୍ ହୋଇଯାଇଛନ୍ତି।

ରୋହିତଙ୍କୁ ଟେଷ୍ଟରେ ଓପନିଂ ଦିଆଯିବ କି ନାହିଁ ସେନେଇ ଅନେକ ଚର୍ଚ୍ଚା ଲାଗି ରହିଥିଲା। ଏହାପରେ ସେ ତାଙ୍କର ସେ ପ୍ରଥମ ଥର ପାଇଁ ଟେଷ୍ଟରେ ଓପନିଂ କରି ଏଭଳି ମାରାଥନ୍ ଇଂନିସ ଖେଳିଛନ୍ତି।

Comment