ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୋସିଆଲ ମିଡିଆ ଭିଡିଓ ଆପ୍‌ ‘ଟିକ୍‌ଟକ୍‌’ ନିଶାରେ ବର୍ତ୍ତମାନ ଯୁବାପିଢ଼ି। ଜଣେ ସାଧାରଣ ଲୋକ ହେଉ ଅବା ଖାସ୍‌ ଲୋକ, ସମସ୍ତେ ବର୍ତ୍ତମାନ ଟିକ୍‌ଟକ୍‌ର କ୍ରେଜ୍‌ରେ ପାଗଳ। ବର୍ତ୍ତମାନ ହରିଆଣାର ଜଣେ ଟିକ୍‌ଟକ୍‌ ଷ୍ଟାରଙ୍କୁ ଭାରତୀୟ ଜନତା ପାର୍ଟି ନିଜର ପ୍ରାର୍ଥୀ କରିଛି। ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।

ହରିଆଣା ବିଜେପିର ଏହି ପ୍ରାର୍ଥୀ ଜଣକ ହେଉଛନ୍ତି ସୋନାଲି ଫୋଗଟ। ନିକଟରେ ସୋନାଲିଙ୍କୁ ହରିଆଣା ବିଧାନସଭା ନିର୍ବାଚନ ୨୦୧୯ ପାଇଁ ବିଜେପି ସୋନାଲିଙ୍କୁ ଆମଦପୁର ଆସନରୁ ପ୍ରାର୍ଥୀ କରିଛି। ତେବେ ଏହି ଖବର ପ୍ରକାଶ ପାଇବା ପରେ ଅଚାନକ ସୋନାଲିଙ୍କ ଟିକ୍‌ଟିକ୍‌ ଫ୍ୟାନ୍‌ ବଢ଼ିବାରେ ଲାଗିଛି।

ଟିକ୍‌ଟକ୍‌ରେ ବର୍ତ୍ତମାନ ସୋନାଲିଙ୍କ ଫ୍ୟାନ୍‌ ଅଛନ୍ତି ୧ ଲକ୍ଷ ୨୬ ହଜାର।

Comment