ଓଡ଼ିଶାଲାଇଭ ବ୍ୟୁରୋ

ଗିରଫ ହେଲେ କୋଟିପତି ଦିଦି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଶିକ୍ଷୟିତ୍ରୀ ଜଣକ ହେଲେ ଭୁବନେଶ୍ଵର ୟୁନିଟ୍‌ ୬ସ୍ଥିତ ସିଟି ସ୍କୁଲର ତିଳୋତ୍ତମା ମହାନ୍ତି।

ଭିଜିଲାନ୍ସ ଚଢ଼ାଉ ବେଳେ ତାଙ୍କଠାରୁ ୯ ପ୍ଲଟ, ୨ଟି ଘର ଓ ୧ କୋଟି ୮୭ ଲକ୍ଷର ବେଆଇନ ସମ୍ପତ୍ତି ଠାବ କରାଯାଇଛି।

ଆଜି ସକାଳେ ଶିକ୍ଷତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ଏକକାଳୀନ ୩ଟି ସ୍ଥାନରେ ଚଢ଼ାଉ କରିବା ସହ ବିପୁଳ ପରିମାଣର ଟଙ୍କା ଓ ସମ୍ପତ୍ତି ଜବତ କରାଯାଇଥିଲା। ବର୍ତ୍ତମାନ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।

Comment