ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରସ୍ଥିତ ସିଟି ସ୍କୁଲର ଜଣେ ଶିକ୍ଷୟିତ୍ରୀଙ୍କ ଘରେ ଆଜି ଭିଜିଲାନ୍ସ ରେଡ୍‌ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ତିନି ତିନିଟି ସ୍ଥାନରେ ରେଡ୍‌ କରାଯାଇଛି। ଶିକ୍ଷୟିତ୍ରୀ ଜଣକ ହେଲେ ୟୁନିଟ୍‌ ୬ସ୍ଥିତ ସିଟି ସ୍କୁଲର ଶିକ୍ଷୟିତ୍ରୀ ତିଳୋତ୍ତମା ମହାନ୍ତି।

ଭିଜିଲାନ୍ସ ଚଢ଼ାଉ ବେଳେ ଶିକ୍ଷୟିତ୍ରୀଙ୍କ ୯ଟି ପ୍ଲଟ୍‌, ୨ଟି ଘର, ବ୍ୟାଙ୍କ ବାଲାନ୍ସ ସହ କୋଟିଏରୁ ଅଧିକ ସମ୍ପତ୍ତି ଠାବ ହୋଇଛି।

ତେବେ ଏତେ ଟଙ୍କାର ସମ୍ପତ୍ତି ଶିକ୍ଷୟିତ୍ରୀ କିପରି ରଖିଲେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Comment