ଓଡ଼ିଶାଲାଇଭ ବ୍ୟୁରୋ

ପଡ଼ିଲା ‘ମୋ ସରକାର’ ପ୍ରଭାବ। ନିଲମ୍ଵିତ ହେଲେ ଏଏସ୍‌ଆଇ। ଜଣେ ବ୍ୟକ୍ତିଙ୍କ ଅଭିଯୋଗକୁ ଆଧାର କରି ତାଙ୍କୁ ସସପେଣ୍ଡ କରାଯାଇଛି। ଏଏସ୍‌ଆଇ ଜଣକ ବଲାଙ୍ଗିର ଜିଲ୍ଲା ସଇଁତଳା ଥାନାରେ କାର୍ଯ୍ୟରତ ଥିଲେ।

ଜଗଦୀଶ ମହାନନ୍ଦ ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ କ୍ରମେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୨ଦିନ ତଳେ ଏଏସ୍‌ଆଇଙ୍କୁ ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରାଯାଇଥିଲା। ବର୍ତ୍ତମାନ ତାଙ୍କୁ ସସ୍‌ପେଣ୍ଡ କରାଯାଇଛି।

ଅକ୍ଟୋବର ୨ ତାରିଖରୁ ରାଜ୍ୟ ସରକାର ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହା ମାଧ୍ୟମରେ ଲୋକଙ୍କ ଅଭିଯୋଗକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

Comment