ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚର ତୃତୀୟ ଦିନର ଖେଳ ସମାପ୍ତ ହୋଇଛି। ଆଜି ତୃତୀୟ ଦିନ ଖେଳରେ ଦକ୍ଷିଣ ଆଫ୍ରିକା ଦଳର ବ୍ୟାଟ୍ସମ୍ୟାନ ଓ ଭାରତୀୟ ବୋଲରଙ୍କ ଭିତରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଏଥିରେ ଦକ୍ଷିଣ ଆଫ୍ରିକା ୮ ଓ୍ଵିକେଟ ହରାଇ ୩୮୫ ରନ କରିଛି। ଅନ୍ୟପକ୍ଷରେ ଅଶ୍ଵିନୀ ଭାରତ ପକ୍ଷରୁ ସର୍ବାଧିକ ୫ଟି ଓ୍ଵିକେଟ ହାସଲ କରିଥିଲେ।

ଏହାସହ ଭାରତଠାରୁ ପ୍ରଥମ ଇଂନିସରେ ଦଳ ମାତ୍ର ୧୧୭ ରନ୍ ପଛରେ ଅଛି। ଗତକାଲି ଭାରତ ୫୦୨ ରନରେ ଇଂନିସ ଘୋଷଣା କରିଥିଲାବେଳେ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ଦଳ ତିନୋଟି ୱିକେଟ ହରାଇ ଦେଇଥିଲା। ତେବେ ତୃତୀୟ ଦିନରେ ଦଳର ବ୍ୟାଟ୍ସମ୍ୟାନମାନେ ଭଲ ବ୍ୟାଟିଂ କରିଥିଲେ।

ଦକ୍ଷିଣ ଆଫ୍ରିକା ଦଳ ପକ୍ଷରୁ ଓପନର ଡିନ୍ ଏଲଗାର ୧୬୦ ରନର ଜବରଦସ୍ତ ଇଂନିସ ଖେଳିଥିଲେ। ତାଙ୍କ ସହ ଟି-୨୦ ଅଧିନାୟକ କ୍ୱିଣ୍ଟନ ଡି କକ୍ ମଧ୍ୟ ଶତକୀୟ ଇଂନିସ ଖେଳିଥିଲେ। ଏହା ବାଦ୍ ଅଧିନାୟକ ଫାଫ୍ ଡୁ ପ୍ଲେସିସ୍ ମଧ୍ୟ ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ।

ଭାରତ ପକ୍ଷରୁ ଅଫ୍ ସ୍ପିନର ଆର.ଅଶ୍ୱିନୀ ୫ ୱିକେଟ ଅକ୍ତିଆର କରିଛନ୍ତି। ତାଙ୍କ ସହ ରବୀନ୍ଦ୍ର ଜାଡେଜା ୨ଟି ଓ ଦ୍ରୁତ ବୋଲର ଇଶାନ୍ତ ଶର୍ମା ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି।

Comment