ଓଡ଼ିଶାଲାଇଭ୍ ବ୍ୟୁରୋ

ବଦଳିବ ରାଜଧାନୀ ଏକ୍ସପ୍ରେସର ରୂପ। ଓଡ଼ିଶାର କଳା, ସଂସ୍କୃତି ଓ ଭାସ୍କର୍ଯ୍ୟ ଆଦି ସ୍ଥାନିତ ହେବ ରାଜଧାନୀ ଏକ୍ସପ୍ରେସର ବଗିମାନଙ୍କରେ। ଏଥିପାଇଁ ଟ୍ରେନର ନୂଆ ଡିଜାଇନ୍ ପ୍ରକାଶ କରାଯାଇଛି। ଯାହାର ଫଟୋ ବର୍ତ୍ତମାନ ସାମ୍ନାକୁ ଆସିଛି।

ଏନେଇ ପୂର୍ବରୁ ନାଲକୋ ଓ ପୂର୍ବତଟ ରେଳପଥ ମଧ୍ୟରେ ରାଜିନାମା ସ୍ୱାକ୍ଷର ହୋଇଥିଲା। ରାଜଧାନୀ ଏକ୍ସପ୍ରେସ ବଗିରେ ଓଡ଼ିଶାର ବିଭିନ୍ନ ନୃତ୍ୟ ରୂପ ସହ ଓଡ଼ିଶାର ପରିବେଶ, ପଶୁପକ୍ଷୀ, ବେଳାଭୂମି, ଅଲିଭ୍ ରିଡଲେ କଇଁଛ, ବିଭିନ୍ନ ପ୍ରକାରର ପଟ୍ଟଚିତ୍ର ଆଦି ଚିତ୍ରିତ ହେବ ବୋଲି ଡିଜାଇନରେ ଦେଖାଯାଇଛି।

ଏହାଦ୍ୱାରା ଓଡ଼ିଶାର ପର୍ଯ୍ୟଟନ କ୍ଷମତା ବୃଦ୍ଧି ପାଇବ ସହ ଓଡ଼ିଶାର କଳା ଓ ସଂସ୍କୃତିର ବିକାଶ ହୋଇପାରିବ ବୋଲି ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟପାଇଁ ନାଲକୋ ମୋଟ ୩କୋଟି ଟଙ୍କା ଖର୍ଚ୍ଚ କରିବ। ଟ୍ରେନରେ ଓଡ଼ିଶାର କଳା ସଂସ୍କୃତି ଆଦି ସ୍ଥାନିତ ହେବାସହ ନାଲକୋର ଲୋଗୋ ମଧ୍ୟ ରହିଛି। ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ଏହାର କାର୍ଯ୍ୟ ଶେଷ ହେବ ବୋଲି କୁହାଯାଇଛି।

Comment