ଓଡ଼ିଶାଲାଇଭ ବ୍ୟୁରୋ

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଦମଦାର ବ୍ୟାଟିଂ କରିଛନ୍ତି ଦୁଇ ଭାରତୀୟ ଓପନର ରୋହିତ ଶର୍ମା ଓ ମୟଙ୍କ ଅଗ୍ରଓ୍ଵାଲ। ଏହି ମ୍ୟାଚରେ ସେମାନେ ୩୧୭ରନର ପର୍ଟନରସିପ କରିଛନ୍ତି। ଏହି ମ୍ୟାଚ ଜରିଆରେ ମୟଙ୍କ ଅଗ୍ରଓ୍ଵାଲ ନିଜ କ୍ୟାରିୟରର ପ୍ରଥମ ଦ୍ଵିଶତକ କରିଥିବା ବେଳେ ରୋହିତ ଶର୍ମା ୧୭୬ ରନ କରିଛନ୍ତି।

ତେବେ ଏହି ମ୍ୟାଚ ମାଧ୍ୟମରେ ଏହି ଦୁଇ କ୍ରିକେଟର ଅନେକ ବଡ଼ ବଡ଼ ରେକର୍ଡ ଭାଙ୍ଗିଛନ୍ତି। ଆସନ୍ତୁ ଜାଣିବା ସେହି ରେକର୍ଡ ବିଷୟରେ।

-ରୋହିତ ଶର୍ମା ଓ ମୟଙ୍କ ଅଗ୍ରଓ୍ଵାଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶତକ ହାସଲ କରିଥିବା ପ୍ରଥମ ଓପନିଂ ଯୋଡ଼ି ହୋଇଛନ୍ତି।

-ଏହି ଦୁଇ କ୍ରିକେଟର ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହୋଇଥିବା ସବୁ ମ୍ୟାଚରେ ସର୍ବାଧିକ ରନ କରିଥିବା ଯୋଡ଼ି। ଏହାପୂର୍ବରୁ ୧୯୯୬ରେ ଗ୍ୟାରି କଷ୍ଟେନ ଓ ଏଣ୍ଡ୍ରୟୁ ହଡସନ ୨୩୬ ରନର ପାର୍ଟନରସିପ କରିଥିଲେ।

-ଏହି ଯୋଡ଼ି ନିଜ ପ୍ରଥମ ପାଳିରେ ଘରୋଇ ମାଟିରେ ଶତକ ହାସଲ କରିଥିବା ପ୍ରଥମ ଭାରତୀୟ ଯୋଡ଼ି।

-ଦକ୍ଷିଣ ଆଫ୍ରିକାରେ ଏହା ଭାରତର ସର୍ବାଧିକ ଓପନିଂ ଭାଗିଦାରୀ। ଏହାପୂର୍ବରୁ ୨୦୦୪ରେ କାନପୁରରେ ସେହଓ୍ଵାଗ ଓ ଗୌତମ ଗମ୍ଭୀର ୨୧୮ରନର ଭାଗିଦାରୀ କରିଥିଲେ।

-ଏହାପୂର୍ବରୁ ରୋହିତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୨ଟି ଟେଷ୍ଟ ମ୍ୟାଚ ଖେଳି ମାତ୍ର ୧୪୯ ରନ କରିଥିଲେ। ହେଲେ ଏହି ଗୋଟିଏ ପାଳିରେ ସେ ଏହି ରନକୁ ପଛରେ ପକାଇଛନ୍ତି।

Comment