ଓଡ଼ିଶାଲାଇଭ ବ୍ୟୁରୋ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜରେ ରୋହିତ ଶର୍ମା ନିଜ ଆକ୍ରମଣ ଜାରି ରଖିଛନ୍ତି। ପ୍ରଥମ ଇଂନିସରେ ଶତକ ହାସଲ ପରେ ଏବେ ଦ୍ଵିତୀୟ ଇଂନିସରେ ପୁଣି ଶତକ ମାରିବାରେ ସଫଳ ହୋଇଛନ୍ତି।

ପ୍ରଥମ ଇଂନିସରେ ରୋହିତ ୨୪୪ ବଲରୁ ୬ଟି ଛକା ଓ ୨୩ ଚୌକା ବଳରେ ୧୭୬ ରନ କରିଥିଲେ। ସେହିପରି ପୁଣି ଦ୍ଵିତୀୟ ଇଂନିସରେ ମଧ୍ୟ ନିଜ କମାଲ ଦେଖାଇଥିଲେ। ଦ୍ଵିତୀୟ ଇଂନିସରେ ରୋହିତ ପୁଣି ୧୪୯ ବଲରେ ୭ଟି ଛକା ୧୦ ଚୌକା ବଳରେ ୧୨୭ ରନ କରିଛନ୍ତି।

ରୋହିତ ଶର୍ମା ପ୍ରଥମଥର ପାଇଁ ଟେଷ୍ଟରେ ଓପନିଂ କରି ଏହି ସଫଳତା ହାସଲ କରିଛନ୍ତି। ପୂର୍ବରୁ ରୋହିତ ଦଳରେ ୫ ନମ୍ଵର ସ୍ଥାନରେ ବ୍ୟାଟିଂ କରିବାକୁ ଆସୁଥିଲେ। ତେବେ ତାଙ୍କୁ ଏହି ଟେଷ୍ଟରେ ଓପନିଂ ଦାୟିତ୍ଵ ଦିଆଯାଇଛି।

Comment