ଓଡ଼ିଶାଲାଇଭ୍‌ ବ୍ୟୁରୋ

ମା’କାଳରାତ୍ରି ନବଦୁର୍ଗାଙ୍କ ସପ୍ତମ ସ୍ୱୂରପ। ଏହି ଅବତାରରେ ମା’ ତ୍ରିନେତ୍ର ଧାରିଣୀ, ଶରୀରର ବର୍ଣ୍ଣ ଅନ୍ଧକାର ଭଳି ଗାଢ଼ କଳା ହାତରେ ଲୌହ ଖଡ୍ଗ ଧାରଣ କରିଥାନ୍ତି। ମା’ଙ୍କ ବେକରେ ଏକ ଅଦ୍ଭୁତ ଜପାମାଳି ଶୋଭା ପାଇଥାଏ। ଏହି ରୂପରେ ଗଧ ମା’ଙ୍କ ବାହନ ହୋଇଥାଏ।

ମା’ଙ୍କ ଏହି ସ୍ୱରୂପ ଦର୍ଶନ ପାଇଁ ଆଜି ବିଭିନ୍ନ ଦେବୀ ମନ୍ଦିରରେ ଭକ୍ତ ଭିଡ଼ ଲାଗିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

‘‘ନକରାତ୍ମକ ଶକ୍ତିର ବିନାଶ କରୁଥିବା ମା’ କାଳରାତ୍ରି ଆମ ସମସ୍ତଙ୍କ ଭିତରେ ନୂଆ ଶକ୍ତି ଓ ଉତ୍ସାହ ସଞ୍ଚାର କରନ୍ତୁ’’, ଟୁଇଟରେ ଲେଖିଛନ୍ତି ମୋଦୀ।

Comment