ଓଡ଼ିଶାଲାଇଭ ବ୍ୟୁରୋ

ପର୍ଯ୍ୟଟନସ୍ଥଳୀ ହରିଶଙ୍କର ନିକଟ ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ ଏସଓଜି ଯବାନ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଉଭୟଙ୍କ ପକ୍ଷରୁ ଗୁଳିବିନିମୟ ହୋଇଥିଲା। ପରେ ଏସଓଜି ଯବାନମାନେ ସେଠାରେ ମାଓ କ୍ୟାମ୍ପକୁ ଧ୍ଵଂସ କରିଦେଇଛନ୍ତି। ଏହି ଅପରେସନରେ ପଶ୍ଚିମାଞ୍ଚଳ ଡିଆଇଜି ହିମାଂଶୁ ଲାଲ୍‌ ମଧ୍ୟ ସାମିଲ ହୋଇଥିଲେ।

ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ ମାଓବାଦୀଙ୍କ ଉପସ୍ଥିତିକୁ ଜାଣିପାରି ଏସଓଜି ଯବାନଙ୍କ ସହ ପଶ୍ଚିମାଞ୍ଚଳ ଡିଆଇଜି ସେଠାରେ ଚଢ଼ାଉ କରିଥିଲେ। ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ମାଓ କ୍ୟାମ୍ପ ସଂପୂର୍ଣ୍ଣ ଧ୍ଵଂସ ହୋଇଯାଇଥିବା ସୂଚନା ମିଳିଛି। ଏହାସହ ଘଟଣାସ୍ଥଳରୁ ବହୁ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି।

Comment