ଓଡ଼ିଶାଲାଇଭ ବ୍ୟୁରୋ

ବ୍ରିଜ ତଳକୁ ଖସିଲା ଏକ ଟ୍ରକ। ଫଳରେ ଟ୍ରକ ମଧ୍ୟରେ ଥିବା ଡ୍ରାଇଭର ଓ ହେଲପରଙ୍କର କୌଣସି ପତ୍ତା ମିଳି ପାରିନାହିଁ। ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲା ତୁଷୁରା ଅଞ୍ଚଳରେ ଥିବା ଏକ ପୋଲ ଉପରେ।

ଟ୍ରକଟି ରବିବାର ବିଳମ୍ଵିତ ରାତିରେ ବ୍ରିଜ ଉପରେ ଯାଉଥିଲା। ଭାରସାମ୍ୟ ହରାଇ ଟ୍ରକଟି ବ୍ରିଜ ତଳକୁ ଖସି ପଡ଼ିଥିଲା। ଟ୍ରକ ପଡ଼ିଯିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ଡ୍ରାଇଭର ଓ ହେଲପରଙ୍କ ପତ୍ତା ମିଳି ପାରିନାହିଁ। ସେମାନେ ଟ୍ରକ ଭିତରେ ଅଛନ୍ତି ନା ପହଁରିକି ପଳାଇଛନ୍ତି ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।

Comment