ଓଡ଼ିଶାଲାଇଭ୍ ବ୍ୟୁରୋ
ପାଖେଇ ଆସୁଛି ବିଜେପୁର ଉପନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ବରଗଡ଼ ଏସ୍ପିଙ୍କ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ପୋଲିସ୍ ଡିଜି ବିକେ ଶର୍ମା ଯୋଗ ଦେବେ। ଏହି ବୈଠକର ଅଧ୍ୟକ୍ଷତା କରିବେ ବିକେ ଶର୍ମା। ଏହାସହିତ ବୈଠକରେ ଗୁଇନ୍ଦା ବିଭାଗ ଏଡିଜି, ବିଏସ୍ଏଫ ଆଇଜିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେବେ।
ବିଶେଷ କରି କିଭଳି ଭାବରେ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ହେବ ସେନେଇ ବୈଠକରେ ଆଲୋଚନା ହେବ।
ଅକ୍ଟୋବର ୨୧ରେ ବିଜେପୁରରେ ନିର୍ବାଚନ ହେବ। ଅକ୍ଟୋବର ୨୬ରେ ଭୋଟ ଗଣତି ହେବ।


















