ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଜିଓରୁ ଅନ୍ୟ ନେଟୱର୍କକୁ କଲ୍‌ କଲେ ୬ ପଇସା କଟିବ
  • ପୂର୍ବ ପରି ଜିଓରୁ ଜିଓ ମାଗଣା
  • ଜିଓରୁ ଲ୍ୟାଣ୍ଡଲାଇନ୍‌ ମାଗଣା ରହିବ
  • ଗୁରୁବାରଠାରୁ ନୂଆ ନିୟମ ଲାଗୁ

ଏଣିକି ‘ଜିଓ’ ଉପଭୋକ୍ତାଙ୍କୁ ଆଉ ମିଳିବନି ମାଗଣା ଅଫର। ଜିଓ ମୋବାଇଲରୁ ଅନ୍ୟ ନେଟୱର୍କକୁ କଲ୍‌ କଲେ ଦେବାକୁ ପଡ଼ିବ ପଇସା। ଏନେଇ ରିଲାଏନ୍ସ କମ୍ପାନିର ଅଧ୍ୟକ୍ଷ ମୁକେଶ ଅମ୍ବାନି ଘୋଷଣା କରିଛନ୍ତି। ଆସନ୍ତା କାଲିଠୁ ଜିଓ ନମ୍ବରରୁ ଅନ୍ୟ କୌଣସି ନେଟୱର୍କକୁ କଲ୍‌ କଲେ ପଇସା କଟିବ।

ଜିଓରୁ ଅନ୍ୟ ମୋବାଇଲ ନେଟୱର୍କକୁ କଲ୍‌ କଲେ ମିନିଟ୍‌ ପିଛା ୬ ପଇସା କଟିବ। ତେବେ ଜିଓରୁ ଜିଓକୁ କଲ୍‌ କଲେ ପୂର୍ବପରି ମାଗଣା ସେବା ରହିବ। ସେହିପରି ଲ୍ୟାଣ୍ଡ ଲାଇନ୍‌ କଲ୍‌ ମଧ୍ୟ ମାଗଣାରେ କରିପାରିବେ।

ଜିଓ ପକ୍ଷରୁ ଜାରି ହୋଇଥିବା ଷ୍ଟେଟ୍‌ମେଣ୍ଟ୍‌ରେ କୁହାଯାଇଛି, ଜିଓରୁ ଅନ୍ୟ କୌଣସି ନେଟୱର୍କକୁ କଲ୍‌ କରିବା ପାଇଁ ଆପଣଙ୍କୁ ଅତିରିକ୍ତ ରିଚାର୍ଜ କରିବାକୁ ପଡ଼ିବ। ଏହା ଅକ୍ଟୋବର ୧୦ ଅର୍ଥାତ୍‌ ଆସନ୍ତାକାଲିଠାରୁ ଲାଗୁ ହେବ।

ଟେଲିକମ୍‌ ରେଗୁଲେଟରୀ ଅଥରିଟି ଅଫ୍‌ ଇଣ୍ଡିଆ(ଟ୍ରାଇ)ର ନୂଆ ନିୟମରେ ଜିଓକୁ  ୧୩,୫୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ଇଣ୍ଟରକନେକ୍ଟ ୟୁସେଜ୍‌ ଚାର୍ଜକୁ ନେଇ ଜିଓକୁ ଏହି କ୍ଷତି ସହିବାକୁ ପଡ଼ିଛି। ଏହାକୁ ଦୃଷ୍ଟିରେ ରଖି କମ୍ପାନି ପକ୍ଷରୁ ଆଜି ଏହି ବଡ଼ ଘୋଷଣା କରାଯାଇଛି।

କମ୍ପାନି ପକ୍ଷରୁ କୁହାଯାଇଛି, “ଯେ ପର୍ଯ୍ୟନ୍ତ ଟ୍ରାଇ ଟର୍ମିନେସନ ଚାର୍ଜ ହଟାଇ ନଦେଇଛି, ସେ ପର୍ଯ୍ୟନ୍ତ କଲ୍‌ କଲେ ପଇସା କଟିବ। ତେବେ ବର୍ତ୍ତମାନ ଏହା ୧ ଜାନୁଆରୀ ୨୦୨୦ ପର୍ଯ୍ୟନ୍ତ ରହିବ। ଏହା ପରେ ଟ୍ରାଇର ନିୟମ ଅନୁଯାୟୀ ପରବର୍ତ୍ତୀ ଘୋଷଣା କରାଯିବ।”

LEAVE A REPLY

Please enter your comment!
Please enter your name here