ଓଡ଼ିଶାଲାଇଭ ବ୍ୟୁରୋ

ସରାକରୀ ଛୁଟିରେ ମଧ୍ୟ ଲୋକଙ୍କୁ ମିଳିପାରିବ ଲର୍ଣ୍ଣିଂ ଲାଇସେନ୍ସ। ଏନେଇ ସମସ୍ତ ପରିବହନ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ପରିବହନ କମିସନର। ଲର୍ଣ୍ଣିଂ ଲାଇସେନ୍ସ ଓ ଡ୍ରାଇଭିଂ ଲାଇସେନ୍ସ ତୁରନ୍ତ ମିଳିବା ନେଇ ଅଧିକ ସ୍ଲଟ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସ୍କୁଲ, କଲେଜ ଓ ବ୍ଲକ ଅଫିସରରେ କମ୍ପ୍ୟୁଟର ଲ୍ୟାବ୍ ସହ ଏଲଏଲ କ୍ୟାମ୍ପ କରାଯାଉ। ଏଲଏଲ/ଡିଏଲ କରୁଥିବା ଲୋକଙ୍କଠୁ ଫି ନେବା ସହ ବାୟୋମେଟ୍ରିକ ବ୍ୟବସ୍ଥା କରାଯାଉ। ନିକଟସ୍ଥ ସିଏସସି କେନ୍ଦ୍ର ଓ ସାଇବର କାଫେରେ ପେମେଣ୍ଟ, ରସିଦ୍ ବ୍ୟବସ୍ଥା କରିବାକୁ କୁହାଯାଇଛି।

ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଲୋକଙ୍କ ସୁବିଧା ପାଇଁ ସରକାର ତତ୍ପର ପ୍ରକାଶ କରିଛନ୍ତି। ଲୋକମାନେ କିପରି ସୁବିଧାରେ ଲାଇସେନ୍ସ ପାଇ ପାରିବେ ସେନେଇ ବ୍ୟାପକ ବନ୍ଦୋବସ୍ତ ମଧ୍ୟ କରିଛନ୍ତି।

Comment