ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଖି ମଣିଷ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଦୃଷ୍ଟିଶକ୍ତି ପ୍ରଖର କରିବା ସହ ଆଖିକୁ ସୁସ୍ଥ ରଖିବା ପାଇଁ ଆପଣାନ୍ତୁ କିଛି ନିର୍ଦ୍ଦିଷ୍ଟ ବ୍ୟାୟାମ।

ଆଖିକୁ ଯେକୌଣସି ସମସ୍ୟାରୁ ଦୂରେଇ ରଖିବା ପାଇଁ କିଛି ବ୍ୟାୟାମ ଅଭ୍ୟାସ କରିବା ଆବଶ୍ୟକ। ଆଖିକୁ ବାମରୁ ଡାହାଣ ଏବଂ ଡାହାଣରୁ ବାମ, ଉପର ତଳ ଏପରି ୩-୪ ଥର ବୁଲାନ୍ତୁ। ଧୀରେ ଧୀରେ ଏଭଳି କରିବେ।

ସବୁଦିନ ସକାଳୁ ପ୍ରାଣାୟମ କରିବା ସହିତ ସବୁଜ ଗଛପତ୍ରକୁ କିଛି ସମୟ ଧରି ଚାହାନ୍ତୁ।

ପ୍ରତି ୨୦ ମିନିଟରେ ଥରେ ଆଖିକୁ ୨୦ସେକେଣ୍ଡ ବିଶ୍ରାମ ଦେଇ ୨୦ଫୁଟ୍ ଦୂର କୌଣସି ଜିନିଷକୁ ଚାହିଁ ରହନ୍ତୁ।

କମ୍ପ୍ୟୁଟର ଆଗରେ କାମ କରୁଥିଲେ ପ୍ରତି ଅଧ ଘଣ୍ଟାରେ ବିରତି ନେଇ ଆଖିକୁ ଧୀରେ ଧୀରେ ବନ୍ଦ କରନ୍ତୁ ଏବଂ ଖୋଲନ୍ତୁ। ଏପରି ୫-୧୦ ଥର କଲେ ଥକ୍କାପଣ ରହିବ ନାହିଁ। ପାଖାପାଖି ୨୦ ସେକେଣ୍ଡ ପାଇଁ ଆଖିକୁ ବନ୍ଦ ରଖନ୍ତୁ। ଫଳରେ ଆଖିକୁ ଉପଯୁକ୍ତ ବିଶ୍ରାମ ମିଳିପାରିଥାଏ ଏବଂ ଆଖି ସମସ୍ୟା ଦେଖାଯାଇନଥାଏ।

ଯୋଗାଭ୍ୟାସ ପରେ ଦୁଇ ହାତର ପାପୁଲିକୁ ଘସି ଆଖିରେ ସେକ ପରି ଦିଅନ୍ତୁ। ଏହା ସବୁ ପ୍ରକାର ଥକ୍କାପଣକୁ ଦୂର କରେ।

ଦୁଇଟି ଟାୱେଲ ନିଅନ୍ତୁ। ଗୋଟିଏ ଥଣ୍ଡା ପାଣିରେ ଏବଂ ଗୋଟିଏକୁ ଗରମ ପାଣିରେ ଭିଜାନ୍ତୁ। ପ୍ରଥମେ ଗରମ ପାଣିରେ ଭିଜିଥିବା ଟାୱେଲକୁ ଚିପୁଡ଼ି ମୁହଁରେ ଆବୃତ୍ତ କରନ୍ତୁ। ୩ ମିନିଟ୍ ପରେ ଥଣ୍ଡା ପାଣିରେ ଭିଜିଥିବା ଟାୱେଲକୁ ଚିପୁଡ଼ି ମୁହଁରେ ଦିଅନ୍ତୁ। ଏପରି କଲେ ରକ୍ତ ସଞ୍ଚାଳନ ଭଲ ହେବ।

LEAVE A REPLY

Please enter your comment!
Please enter your name here