ଓଡ଼ିଶାଲାଇଭ୍ ବ୍ୟୁରୋ

ସାରାଦେଶରେ ପ୍ଲାଷ୍ଟିକ୍‌ ଅଣ୍ଡା ଭଳି ନକଲି ଅଣ୍ଡା ବିକ୍ରି ହେଉଛି। ବଜାରରେ ମିଳୁଥିବା ଏହି ନକଲି ଅଣ୍ଡା ଆପଣଙ୍କ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ତେଣୁ ଅଣ୍ଡା ଖାଇବା ବେଳେ ଧ୍ୟାନ ଦିଅନ୍ତୁ, କାରଣ ଆପଣ ଖାଉଥିବା ଅଣ୍ଡା ପ୍ଲାଷ୍ଟିକ୍‌ ନୁହେଁ ତ? ଜାଣନ୍ତୁ କେମିତି ଚିହ୍ନିବେ ଆପଣ ଖାଉଥିବା ଅଣ୍ଡା ଅସଲି ନା ପ୍ଲାଷ୍ଟିକ୍?

ଅଣ୍ଡାର ଖୋଲ ଯଦି ଅଧିକ ଚିକ୍କଣ ଦେଖାଯାଉଛି, ତେବେ ଏହା ପ୍ଲାଷ୍ଟିକ୍‌। କାରଣ ଅସଲି ଅଣ୍ଡାରେ ଚମକ ବେଶି ନ ଥାଏ।

ନକଲି ଅଣ୍ଡାକୁ ଯଦି ନିଆଁରେ ଦେଖାଇବେ, ତାହା ଜଲଦି ନିଆଁକୁ ଧରି ପକାଇବ। କାରଣ ଏଥିରେ ପ୍ଲାଷ୍ଟିକ୍‌ ମିଶିଥାଏ।

ଅସଲି ଅଣ୍ଡାକୁ ହାତରେ ହଲାଇବେ ତ, ସେଥିରୁ କୌଣସି ଆବାଜ ବାହାରିବ ନାହିଁ। କିନ୍ତୁ, ନକଲି ଅଣ୍ଡାକୁ ହଲାଇଲେ, ଶୁଣିବେ କିଛି ଆବାଜ୍‌ ହେଉଥିବ।

ଅଣ୍ଡାକୁ ଭାଙ୍ଗି କିଛି ସମୟ ପାଇଁ ଛାଡ଼ି ଦିଅନ୍ତୁ, ଯଦି ଅଣ୍ଡାର ଧଳା ଅଂଶ ଓ କେଶର ମିଶିଯାଏ, ତେବେ ଏହା ନକଲି।

ଅଣ୍ଡାର ବାସ୍ନା ପାଖାପାଖି କଞ୍ଚା ମାଂସ ଭଳି। କିନ୍ତୁ ନକଲି ଅଣ୍ଡାର ବାସ୍ନା ହୋଇ ନଥାଏ।

Comment