ଓଡ଼ିଶାଲାଇଭ ବ୍ୟୁରୋ

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ଵିତୀୟ ଟେଷ୍ଟରେ ଭାରତର ବ୍ୟାଟ୍ସମ୍ୟାନମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏହି ମ୍ୟାଚରେ ମୟଙ୍କ ଅଗ୍ରଓ୍ଵାଲ ଶତକ ହାସଲ କରିଥିବା ବେଳେ ବିରାଟ କୋହଲି ଦମ୍‌ଦାର ଦ୍ଵିଶତକ ହାସଲ କରିଛନ୍ତି। ଫଳରେ ଭାରତ ୫ ଓ୍ଵିକେଟ ହରାଇ ୬୦୧ ରନର ବିଶାଳ ସ୍କୋର କରିଛି।

ପୁଣେରେ ଆରମ୍ଭ ହୋଇଥିବା ଭାରତ-ଦକ୍ଷିଣ ଆଫ୍ରିକା ଦ୍ଵିତୀୟ ଟେଷ୍ଟ ମ୍ୟାଚରେ ଭାରତ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ଆରମ୍ଭ କରିଥିଲା। ଭାରତର ଦୁଇ ଓପନର ରୋହିତ ଶର୍ମା ଓ ମୟଙ୍କ ଅଗ୍ରଓ୍ଵାଲ ପାଳି ଆରମ୍ଭ କରିଥିଲେ। ପୂର୍ବ ମ୍ୟାଚରେ ଶତକ କରିଥିବା ରୋହିତ ଏଥର ବିଫଳ ହୋଇଥିଲେ। ହେଲେ ମୟଙ୍କ ଅଗ୍ରଓ୍ଵାଲଙ୍କୁ ଅଟକାଇ ପାରିନଥିଲେ ଦକ୍ଷିଣ ଆଫ୍ରିକା ବୋଲର। ମୟଙ୍କ ଏହି ମ୍ୟାଚରେ ୧୦୮ରନ କରିଥିଲେ।

ତେବେ ସେ ଆଉଟ ହୋଇଯିବା ପରେ ବିରାଟଙ୍କ ସହ ଚେତେଶ୍ଵର ପୂଜାରା। ଚେତେଶ୍ଵର ପୂଜାରା ୫୮ରନରେ ଆଉଟ ହୋଇଯିବା ପରେ ବିରାଟ କୋହଲି ଓ ରବିନ୍ଦ୍ର ଜାଡେଜା ପାଳିକୁ ଆଗେଇ ନେଇଥିଲେ। ବିରାଟ କୋହଲି ଏହି ମ୍ୟାଚରେ ଦ୍ଵିଶତକ ହାସଲ କରିଛନ୍ତି। ସେ ୩୩୬ ବଲରୁ ୨୫୪ରନ କରିଛନ୍ତି।

ତାଙ୍କ ସହ ରବିନ୍ଦ୍ର ଜାଡେଜା ମଧ୍ୟ ଦମଦାର ପାଳି ଖେଳିଥିଲେ। ସେ ୯୧ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଜିଙ୍କ୍ୟ ରାହାଣେ ୫୯ କରିଛନ୍ତି। ପରେ ଭାରତୀୟ ଦଳ ୬୦୧ ରନ କରି ପାଳି ଘୋଷଣା କରିଥିଲା।

ତେବେ ପରେ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ଆରମ୍ଭ କରିଛି। ଦଳ ୧୫ ଓଭରରେ ୩ ଓ୍ଵିକେଟ ହରାଇ ୩୬ ରନ କରିଛି। ଦକ୍ଷିଣ ଆଫ୍ରିକା ପକ୍ଷରୁ ଡି ବ୍ରୁନ ଓ ଆନରିଚ ନୋର୍ତାଜ ନଟ ଆଉଟ ରହିଛନ୍ତି। ଅନ୍ୟପକ୍ଷରେ ଭାରତ ପକ୍ଷରୁ ଉମେଶ ଯାଦବ ୨ଟି ଓ୍ଵିକେଟ ନେଇଥିବା ବେଳେ ମହମ୍ମଦ ସାମି ଗୋଟିଏ ଓ୍ଵିକେଟ ନେଇଛନ୍ତି।

Comment