ଓଡ଼ିଶାଲାଇଭ୍ ବ୍ୟୁରୋ

ରୋହିତ ଶର୍ମାଙ୍କ ପାଦ ଛୁଇଁଲେ ଫ୍ୟାନ। ଖେଳ ମଝିରେ ଜଣେ ଫ୍ୟାନ ପଡ଼ିଆ ମଧ୍ୟକୁ ପଶି ରୋହିତଙ୍କ ଗୋଡ଼ ତଳେ ପଡ଼ିଯାଇଥିଲେ। ଶନିବାର ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟର ଦ୍ୱିତୀୟ ଦିନରେ ଜଣେ ପ୍ରଶଂସକ ଏଭଳି କିଛି କାମ କରିବାର ଚିତ୍ର ନଜରକୁ ଆସିଛି। ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି।

ଶନିବାର ମ୍ୟାଚର ତୃତୀୟ ଦିନରେ ଦକ୍ଷିଣ ଆଫ୍ରିକାର ସେନୁରାନ୍ ମୁଥୁସ୍ୱାମୀ ଆଉଟ୍ ହେବା ପରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ସୁରକ୍ଷା ବ୍ୟବସ୍ଥାକୁ ପାର କରି ଜଣେ ପ୍ରଶଂସକ ଆସି ରୋହିତଙ୍କ ପାଦ ତଳେ ପଡ଼ିଯାଇଥିଲା। ତେବେ ଏହାପରେ ପରେ ସୁରକ୍ଷାକର୍ମୀ ଆସି ଫ୍ୟାନଜଣକୁ ପଡ଼ିଆ ବାହାରକୁ ନେଇଯାଇଥିଲେ।

ଏହି ଘଟଣାକୁ କେତେକ ଫ୍ୟାନମାନଙ୍କର ତାଙ୍କ ପ୍ରିୟ କ୍ରିକେଟରଙ୍କ ପ୍ରତି ଥିବା ଭଲପାଇବା ବୋଲି କହୁଥିଲା ବେଳେ କେତେକ ଏଭଳି ଘଟଣାକୁ ଚିନ୍ତାର ବିଷୟ ବୋଲି କହିଛନ୍ତି।

ଏଭଳି ଘଟଣାକୁ ନେଇ ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର ଅସନ୍ତୋଷ ଜାହିର କରିଛନ୍ତି। ଏହା ଖେଳାଳିମାନଙ୍କର ସୁରକ୍ଷା ପ୍ରତି ଅବହେଳା ବୋଲି ସେ କହିଛନ୍ତି। ଷ୍ଟାଡିୟମରେ ମୁତୟନ ହେଉଥିବା ସୁରକ୍ଷା ଅଧିକାରୀମାନେ ଭିଡ଼କୁ ଦୃଷ୍ଟି ନଦେଇ ଖେଳ ଦେଖିବାରେ ବ୍ୟସ୍ତ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ସେ କହିଛନ୍ତି।

ପୂର୍ବରୁ ମଧ୍ୟ ପ୍ରଥମ ଟେଷ୍ଟ ସମୟରେ ଜଣେ ଫ୍ୟାନ୍ ଆସି ଅଧିନାୟକ କୋହଲିଙ୍କ ସହ ହାତ ମିଳାଇଥଲା। ଏହାସହ ଦୁଇ ଦେଶ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ମଧ୍ୟ ଏହିଭଳି ପରିସ୍ଥିତି ଦେଖିବାକୁ ମିଳିଥିଲା।

Comment