ଓଡ଼ିଶାଲାଇଭ ବ୍ୟୁରୋ

ବ୍ୟାଟ୍ସମ୍ୟାନଙ୍କ ପରେ ଏବେ ଦମ୍‌ ଦେଖାଇଛନ୍ତି ଭାରତୀୟ ବୋଲର। ରବିଚନ୍ଦ୍ରନ୍‌ ଅଶ୍ଵିନୀ ଓ ଉମେଶ ଯାଦବଙ୍କ ଘାତକ ବୋଲିଂରେ ଧରାଶାୟୀ ହୋଇଛି ଦକ୍ଷିଣ ଆଫ୍ରିକା ଦଳ। ଫଳରେ ଦକ୍ଷିଣ ଆଫ୍ରିକା ୨୭୫ ରନରେ ଅଲଆଉଟ ହୋଇଛି। ଏଥିରେ ରବିଚନ୍ଦ୍ରନ୍‌ ଅଶ୍ଵିନୀ ୪ଟି ଓ୍ଵିକେଟ ନେଇଥିବା ବେଳେ ଉମେଶ ଯାଦବ ୩ଟି ଓ୍ଵିକେଟ ନେଇଛନ୍ତି।

ପ୍ରଥମେ ଟସ୍‌ ଜିତି ଭାରତୀୟ ବ୍ୟାଟ୍ସମ୍ୟାନମାନେ ଧୂଆଁଧାର ପ୍ରଦର୍ଶନ କରିଥିଲେ। ଦୁଇ ଓପନରଙ୍କ ମଧ୍ୟରେ ରୋହିତ ଶର୍ମା ଏଥର ବିପଳ ହୋଇଥିବା ବେଳେ ମୟଙ୍କ ଅଗ୍ରଓ୍ଵାଲ ଶତକ ହାସଲ କରିଥିଲେ। ସେ ୧୯୫ ବଲରୁ ୧୦୮ ରନ୍‌ କରିଥିଲେ। ସେହିପରି ଚେତେଶ୍ଵର ପୂଜାରା ମଧ୍ୟ ୫୮ କରି ଅର୍ଦ୍ଧଶତକ ହାସଲ କରିଥିଲେ।

ପରେ ଚତୁର୍ଥ ଓ୍ଵିକେଟରେ ଅଧିନାୟକ ବିରାଟ କୋହଲି ଯୋଗ ଦେଇ ଚମତ୍କାର ବ୍ୟାଟିଂ କରିଥିଲେ। ସେ ଏହି ମ୍ୟାଚରେ ତାଙ୍କର ସପ୍ତମ ଦ୍ଵିଶତକ ହାସଲ କରିଥିଲେ। ସେ ୩୩୬ ବଲରୁ ୨୫୪ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଜିଙ୍କ୍ୟ ରାହାଣେ ୫୯ ରନ୍‌ ଓ ରବିନ୍ଦ୍ର ଜାଡେଜା ୯୧ ରନ୍‌ କରିଥିଲେ। ଫଳରେ ଭାରତୀୟ ଦଳ ୫ ଓ୍ଵିକେଟ ହରାଇ ୬୦୧ ରନ୍‌ କରିଥିଲା।

ପରେ ଦକ୍ଷିଣ ଆଫ୍ରିକା ତା’ର ପ୍ରଥମ ଇଂନିସ ଆରମ୍ଭ କରିଥିଲା। ଦ୍ଵିତୀୟ ଦିନ ସେଷ ସୁଦ୍ଧା ଦଳ ତା’ର ୩ ଓ୍ଵିକେଟ ହରାଇ ସାରିଥିଲା। ପରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଫାଫ୍‌ ଡୁପ୍ଲେସିସ୍‌ ଓ କେଶବ ମହାରାଜଙ୍କୁ ଛାଡ଼ିଦେଲେ କୌଣସିବି ବ୍ୟାଟ୍ସମ୍ୟାନ ତିଷ୍ଠି ପାରିନଥିଲେ। ଡୁପ୍ଲେସିସ୍‌ ୬୪ ରନ କରିଥିବା ବେଳେ କେଶବ ମହାରାଜ ୭୨ ରନ କରିଛନ୍ତି। ଫଳରେ ଦକ୍ଷିଣ ଆଫ୍ରିକା ସମସ୍ତ ଓ୍ଵିକେଟ ହରାଇ ୨୭୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ସେହିପରି ଭାରତୀୟ ବୋଲମାନେ ମଧ୍ୟ ଚମତ୍କାର ବୋଲିଂ କରି ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନମାନଙ୍କୁ ୨୭୫ରେ ଅଟକାଇ ପାରିଛନ୍ତି। ଭାରତ ପକ୍ଷରୁ ରବିଚନ୍ଦ୍ରନ୍‌ ଅଶ୍ଵିନୀ ୪ଟି, ଉମେଶ ଯାଦବ ୩ଟି, ମହମ୍ମଦ ସାମି ୨ଟି ଓ ରବିନ୍ଦ୍ର ଜାଡେଜା ଗୋଟିଏ ଓ୍ଵିକେଟ ହାସଲ କରିଥିଲେ। ଏହାସହ ପ୍ରଥମ ଇଂନିସ ଶେଷ ସୁଦ୍ଧା ଭାରତୀୟ ଦଳ ୩୨୬ ରନ୍‌ରେ ଆଗୁଆ ରହିଛି।

Comment