ଓଡ଼ିଶାଲାଇଭ ବ୍ୟୁରୋ

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ଵିତୀୟ ଟେଷ୍ଟରେ ଦମଦାର ପାଳି ଖେଳିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ଏହି ମ୍ୟାଚରେ ସେ ୩୩୬ ବଲରୁ ୨୫୪ ରନ କରି ଦ୍ଵିଶତକ ହାସଲ କରିଛନ୍ତି। ଏହା ତାଙ୍କ କ୍ୟାରିୟରର ସପ୍ତମ ଦ୍ଵିଶତକ।

ଏହି ଦ୍ଵିଶତକ ହାସଲ କରିବା ସହ ବିରାଟ ଟେଷ୍ଟର ସର୍ବାଧିକ ଦ୍ଵିଶତକ ହାସଲ କରିବା ଖେଳାଳିମାନଙ୍କ ମଧ୍ୟରେ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି। ଏହାସହ ସେ ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧନେ ଏବଂ ଇଂଲଣ୍ଡର ୱାଲି ହେମଣ୍ଡଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି।

ଏହି ରେକର୍ଡ କରି ବିରାଟ ଭାରତ ପକ୍ଷରୁ ଟେଷ୍ଟରେ ସବୁଠାରୁ ଅଧିକ ଦ୍ୱିଶତକ ହାସଲ କରିବାର ରେକର୍ଡ ଏବେ ନିଜ ନାଁରେ କରିଛନ୍ତି। ପୂର୍ବରୁ ସେହଓ୍ଵାଗ ଓ ସଚିନ ୬ଟି ଲେଖାଏଁ ଦ୍ଵିଶତକ କରିଥିଲେ। ବର୍ତ୍ତମାନ କୋହଲି ଏହାକୁ ଅତିକ୍ରମ କରି ସପ୍ତମ ଦ୍ଵିଶତକ ହାସଲ କରିଛନ୍ତି।

ବିରାଟଙ୍କ ଉପରକୁ ରହିଛନ୍ତି ବ୍ରାଏଲ ଲାରା(୯), କୁମାର ସାଙ୍ଗାକାର(୧୧), ଡନ୍‌ ବ୍ରାଡ୍‌ମ୍ୟାନ(୧୨)। ତେବେ ବିରାଟଙ୍କୁ ଏହି ବିଶ୍ଵ ରେକର୍ଡ ଅତିକ୍ରମ କରିବାକୁ ହେଲେ ଆହୁରି ୬ଟି ଦ୍ଵିଶତକ ହାସଲ କରିବାକୁ ହେବ।

Comment