ଓଡ଼ିଶାଲାଇଭ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): କେବେ କେବେ କର୍ତ୍ତବ୍ୟବୋଧର କଡ଼ା ଶିକୁଳିରେ ବନ୍ଧା ପୋଲିସ ଅଫିସର୍ ବି ମୁକୁଳି ଆସନ୍ତି ନିଜ ଡ୍ୟୁଟିରୁ। ଆଉ ଲାଗି ପଡ଼ନ୍ତି ଲୋକଙ୍କ ସେବାରେ। ଏଭଳି ଏକ ଉଦାହରଣ ସୃଷ୍ଟି କରିଛନ୍ତି ବାଲେଶ୍ଵର ଏସ୍‌ପି ବି. ଯୁଗଳ କିଶୋର କୁମାର। ଦୁର୍ଘଟଣା ଆହତ ଜଣେ ବ୍ୟକ୍ତି ଓ ତାଙ୍କ ଝିଅଙ୍କୁ ଡାକ୍ତରଖାନାରେ ପହଞ୍ଚାଇଛନ୍ତି ଏସପି।

ସୋମବାର ଏସପି ଔପଦା ବ୍ଲକ୍ ଡ୍ୟୁଟିରେ ଯାଉଥିବା ବେଳେ ବାଟରେ ସଡକ ଦୁର୍ଘଟଣାରେ ରାସ୍ତା କଡ଼ରେ ପଡ଼ି ଛଟପଟ ହେଉଥିବା ବାପ-ଝିଅଙ୍କୁ ଦେଖିଥିଲେ। ସଙ୍ଗେ ସଙ୍ଗେ ନିଜ ଗାଡିକୁ ଅଟକାଇ ଦୁହିଁଙ୍କୁ ଗାଡିରେ ଉଠେଇ ସୋର କମ୍ୟୁନିଟି ହେଲଥ ସେଣ୍ଟରରେ ପହଞ୍ଚାଇ ଥିଲେ। ଏସପିଙ୍କ ଏଭଳି କାମ ପାଇଁ ସାରା ବାଲେଶ୍ଵର ଜିଲ୍ଲାରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି।

ଔପଦାକୁ ଏକ ଜନଶୁଣାଣୀ କାର୍ଯ୍ୟରେ ପୋଲିସ ଅଧିକାରୀଙ୍କ ସହ ନିଜେ ଏସପି ଯାଉଥିବା ସମୟରେ ଏପରି ଘଟମା ଘଟିଥିଲା। ପରେ ଏସପି କାର୍ଯ୍ୟକ୍ରମରେ ବିଳମ୍ଵରେ ଯୋଗ ଦେଇଥିଲେ। ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଯୁବକ ଜଣକ ହେଉଛନ୍ତି ଅଚ୍ୟୁତିପୁର ଗ୍ରାମର କୈଳାସ ଚନ୍ଦ୍ର ସାହୁ ଓ ତାଙ୍କ ଝିଅ। ବର୍ତ୍ତମାନ ଉଭୟ ସୁସ୍ଥ ଥିବା ଜଣାପଡ଼ିଛି।

Comment