ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଧ୍ୟପ୍ରଦେଶର ହୋଶଂଗାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୪ ହକି ଖେଳାଳିଙ୍କ ମୃତ୍ୟୁ ହୋଇଛି। ତିନି ଜଣ ଗୁରୁତର ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ଏକ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ମୃତକ ୪ ଜଣ ହେଲେ ଭୋପାଳ ହକି ଏକାଡେମୀର ଖେଳାଳି। ମଧ୍ୟପ୍ରଦେଶରେ ହେବାକୁ ଥିବା ଧ୍ୟାନଚାନ୍ଦ ହକି ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ଖେଳାଳୀମାନେ ଏକ କାର୍‌ ଯୋଗେ ଆସୁଥିଲେ। ଇଟାରସୀରେ ରହିବାକୁ ସେମାନଙ୍କ ପାଇଁ ବ୍ୟବସ୍ଥା ହୋଇଥିଲା । ଖେଳାଳୀମାନେ ଇଟାରସୀ ଅଭିମୁଖେ ଯାଉଥିବାବେଳେ ହଠାତ୍‌ କାର୍‌ଟି ଭାରସାମ୍ୟ ହରାଇ ଗୋଟିଏ ପଛରେ ପିଟି ହୋଇଥିଲା।

Comment