ଓଡ଼ିଶାଲାଇଭ୍ ବ୍ୟୁରୋ

ଗ୍ରାହକଙ୍କ ପାଇଁ ଭଳିକି ଭଳି ଅଫର୍ ଘୋଷଣା କରୁଛନ୍ତି ବିଭିନ୍ନ ଟେଲିକମ୍ କମ୍ପାନି। ବର୍ତ୍ତମାନ ଭୋଡାଫୋନ ତା’ର ଗ୍ରାହକଙ୍କ ପାଇଁ ନୂଆ ଅଫର ଆଣିଛି। ଭୋଡାଫୋନ କମ୍ପାନି ତା‘ର ଗ୍ରାହକଙ୍କ ପାଇଁ ୧୫୦ ଜିବି ମାଗଣା ଡାଟା ଦେବ ବୋଲି ଘୋଷଣା କରିଛି।

ତେବେ ଏହି ଅଫର ଭୋଡାଫୋନର ପୋଷ୍ଟପେଡ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ। ପୂର୍ବରୁ ୩୯୯ଟଙ୍କା ରିଚାର୍ଜ କଲେ ଗ୍ରାହକଙ୍କୁ ଅନଲିମିଟେଡ୍ କଲ ସହ ପ୍ରତି ମାସକୁ ୪୦ ଜିବି ଡାଟା ମିଳୁଥିଲା।

ତେବେ ବର୍ତ୍ତମାନ ଗ୍ରାହକମାନେ ୩୯୯ଟଙ୍କା  ରିଚାର୍ଜ କଲେ ମାସକୁ ୪୦ ଜିବି ଡାଟା ସହ ୧୫୦ ଜିବିର ଅତିରିକ୍ତ ମାଗଣା ଡାଟା ମିଳିବ। ଏହି ଡାଟାର ସମୟସୀମା ୬ ମାସ ପାଇଁ ରହିବ।

ଅର୍ଥାତ ଗ୍ରାହକ ଜଣକ ୬ ମାସ ମଧ୍ୟରେ ଏହି ୧୫୦ ଜିବି ମାଗଣା ଡାଟା ବ୍ୟବହାର କରିପାରିବେ।

Comment