ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜିଓକୁ ଟକ୍କର ଦେବା ପାଇଁ ଭୋଡାଫୋନ୍‌ ଆଣୁଛି ତାର ନୂଆ ଅଫର। ଜାଣନ୍ତୁ କ’ଣ ରହିଛି ଏହି ଅଫର…

ଜିଓକୁ ଟକ୍କର ଦେବା ପାଇଁ ଭୋଡାଫୋନ୍ ନୂଆ ଅଫର ଲାଗୁ କରିଛି। ନିଜ ଗ୍ରାହକମାନଙ୍କ ସୁବିଧା ପାଇଁ ୧୦୦ ପ୍ରତିଶତ କ୍ୟାସବ୍ୟାକର ଅଫର ରଖିଛି। ବିଶେଷକରି ପ୍ରିପେଡ ଗ୍ରାହକଙ୍କ ପାଇଁ ଏହି ପ୍ଲାନ ହୋଇଛି। ଭୋଡାଫୋନର ଗ୍ରାହକ ମାଗଣାରେ କଲିଙ୍ଗ ଓ ଇଣ୍ଟରନେଟର ବ୍ୟବହାର କରିପାରିବେ।

ବିଗତ ଦିନମାନଙ୍କରେ ଟେଲିକମ୍ କମ୍ପାନି ଆଇଡିଆ ସହିତ ମିଶିଥିବା ଭୋଡାଫୋନ୍ ନିଜ ଗ୍ରାହକଙ୍କ ପାଇଁ ୩ଟି ଜବରଦସ୍ତ ଅଫର୍ ଆଣିଥିଲା। ଏଥିରେ ୩୯୯, ୪୫୮ ଓ ୫୦୯ ଟଙ୍କାର ପ୍ଲାନ ସାମିଲ ଥିଲା।

ଏମିତି କରନ୍ତୁ ରିଚାର୍ଜ

୧୦୦ ପ୍ରତିଶତ କ୍ୟାସବ୍ୟାକର ଫାଇଦା ନେବା ପାଇଁ ‘ମାଇ ଭୋଡାଫୋନ୍’ ଆପ୍ ଜରିଆରେ ରିଚାର୍ଜ କରିବାକୁ ପଡିବ, କିନ୍ତୁ ଏହି କ୍ୟାସବ୍ୟାକ ଥରକରେ ମିଳିବନି। ଏହା ଆପଣଙ୍କୁ ୫୦ ଟଙ୍କାର ଭାଉଚର ଭାବେ ମିଳିବ। କମ୍ପାନି ଲଞ୍ଚ କରିଥିବା ୩୯୯ ଟଙ୍କା, ୪୫୮ ଟଙ୍କା ଓ ୫୦୯ ଟଙ୍କାର ପ୍ଲାନରେ ପ୍ରତିଦିନ ୧.୪ ଜିବି ଡାଟା ଡାଟା ମିଳିବ।

ଏହା ସହିତ ଅନଲିମିଟେଡ୍, ଲୋକାଲ ଓ ନ୍ୟାସନାଲ କଲିଙ୍ଗ ଏବଂ ପ୍ରତିଦିନ ୧୦୦ଟି ମେସେଜ୍ ମିଳିବ, କିନ୍ତୁ ଏ ସମସ୍ତଙ୍କ ବୈଧତା ଭିନ୍ନ ହେବ। ୩୯୯ ପ୍ଲାନ ୭୦ ଦିନ ଚାଲିବ, ୪୫୮ ଟଙ୍କିଆ ପ୍ଲାନର ବୈଧତା ୮୪ ଦିନ ଓ ୫୦୯ ଟଙ୍କିଆର ୯୦ ଦିନ ପର୍ଯ୍ୟନ୍ତ ରହିବ। ଭୋଡାଫୋନରେ ମିଳୁଥିବା କୁପନକୁ ଅନ୍ୟ ରିଚାର୍ଜରେ ବ୍ୟବହାର କରିପାରିବେ।

Comment