ଓଡ଼ିଶାଲାଇଭ୍ ବ୍ୟୁରୋ

ଭୋଡାଫୋନ୍ ତା’ର ଗ୍ରାହକମାନଙ୍କ ପାଇଁ ନୂଆ ପ୍ଲାନର ଅଫର ଆଣିଛି। ଏହି ନୂଆ ପ୍ଲାନରେ ଗ୍ରାହକମାନେ ମାତ୍ର ୯ ଟଙ୍କାରେ ଅନ୍‌ଲିମିଟେଡ୍ କଲ୍‌ର ଲାଭ ଉଠାଇପାରିବେ।

ଗ୍ରାହକମାନେ ମାତ୍ର ୯ ଟଙ୍କାରେ ଗୋଟିଏ ଦିନ ପାଇଁ ଯେକୌଣସି ନମ୍ବରକୁ ଅନଲିମିଟେଡ୍ କଲ୍ କରି କଥା ହୋଇପାରିବେ। ଏହି ପ୍ଲାନରେ ଗ୍ରାହକଙ୍କୁ ୧୦୦ଟି ଏସ୍ଏମ୍ଏସ ସହ ୧୦୦ଏମ୍‌ବିର ଡାଟା ମଧ୍ୟ ମିଳିବ। ତେବେ ଏହି ପ୍ଲାନର ସମୟ ସୀମା ମାତ୍ର ଗୋଟିଏ ଦିନ ରହିଛି।

ସେହିପରି ୨୧ଟଙ୍କାର ଆଉ ଗୋଟିଏ ପ୍ଲାନ୍‌ରେ ଗ୍ରାହକମାନେ ଦୁଇ ଦିନପାଇଁ ଯେକୌଣସି ନମ୍ବରକୁ ଅନ୍ଲିମିଟେଡ୍ କଲ୍ କରିପାରିବେ। ଏହି ପ୍ଲାନରେ ଗ୍ରାହକଙ୍କୁ ୨୦୦ଟି ଏସ୍ଏମ୍ଏସ୍ ସହ ୧୫୦ଏମବି ଡାଟା ମିଳିବ।

Comment