ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ଭାଇରସ ସଂକ୍ରମଣ ଯୋଗୁଁ ସାରା ଦେଶକୁ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହି ସମୟରେ ଲୋକେ ମୋବାଇଲ ଅଧିକ ବ୍ୟବହାର କରୁଛନ୍ତି। ଫଳରେ ଅଧିକ ଡାଟା ସରିବା ସ୍ଵାଭାବିକ। ଏହାର ସୁଯୋଗ ନେଇ ବିଭିନ୍ନ ଟେଲିକମ୍ କମ୍ପାନି ନିଜ ଗ୍ରାହକମାନଙ୍କୁ ବିଭିନ୍ନ ଡାଟା ଅଫର ଦେଉଛନ୍ତି। ବର୍ତ୍ତମାନ ଜିଓ, ଏୟାରଟେଲ ଓ ଭୋଡ଼ାଫୋନ୍ ଭଳି କମ୍ପାନିମାନେ ନିଜ ଗ୍ରାହକମାନଙ୍କ ପାଇଁ ୨୪୯ ଟଙ୍କାରେ ମାସିକିଆ ଡାଟା ପ୍ଲାନ ଆଣି ଦେଇଛନ୍ତି।

 ଜିଓ ୨୪୯ ଟଙ୍କା ପ୍ଲାନ୍

ଅନେକ ସମୟରେ ନୂଆ ନୂଆ ଅଫର ଆଣି ଗ୍ରାହକଙ୍କୁ ନିଜଆଡ଼କୁ ଟାଣି ନେଉଥିବା ଜିଓ ପୁଣି ଏକ ଅଫର ଆଣିଛି। ଏହା ହେଉଛି ମାସିକିଆ ୨୪୯ ଟଙ୍କିଆ ପ୍ଲାନ୍। ଏହି ପ୍ଲାନରେ ଜିଓ ପକ୍ଷରୁ ଦିନକୁ ୨ଜିବି ଡାଟା ଦିଆଯାଉଛି। ଏହାସହ ଅନ୍ୟ ନେଟଓ୍ଵର୍କକୁ କଲିଂ ପାଇଁ ୧ହଜାର ନନ୍‌-ଜିଓ ମିନିଟ୍ ଦିଆଯାଉଛି। ଏହାର ଭାଲିଡିଟି ୨୮ ଦିନ ଯାଏଁ ରହିବ। ଏହାସହ ଏହି ପ୍ଲାନରେ ୧୦୦ ଏସ୍‌ଏମ୍‌ଏସ୍‌ କରିବାର ସୁବିଧା ମଧ୍ୟ ଦିଆଯାଉଛି।

ଏୟାରଟେଲ ୨୪୯ ପ୍ଲାନ୍

ଜିଓ ପରେ ଏୟାରଟେଲ ମଧ୍ୟ ୨୪୯ ଟଙ୍କିଆ ପ୍ଲାନ ଆଣିଛି। ଏହି ପ୍ଲାନର ଭାଲିଡିଟି ୨୮ ଦିନ ଯାଏଁ ରହିବ। ଏୟାରଟେଲ ୨୪୯ ଟଙ୍କାରେ ପ୍ରତିଦିନ ୧.୫ଜିବି ଡାଟା ଯୋଗାଇ ଦେବ। ଏହି ପ୍ଲାନ୍‌ରେ ସବୁ ନେଟଓ୍ଵର୍କ ପାଇଁ ଅନଲିମିଟେଡ୍ କଲିଂ ସୁବିଧା ରହିଛି। ଜିଓ ଭଳି ଏୟାରଟେଲ ମଧ୍ୟ ୧୦୦ ଏସ୍‌ଏମ୍‌ଏସ୍‌ କରିବାର ସୁବିଧା ରହିଛି।

ଭୋଡାଫୋନ୍ ୨୪୯ ପ୍ଲାନ୍

ଜିଓ ଓ ଏୟାରଟେଲ ଭଳି ଭୋଡାଫୋନ ମଧ୍ୟ ୨୪୯ ଟଙ୍କାରେ ମାସିକିଆ ପ୍ଲାନ ଆଣିଛି। ତେବେ ଭୋଡାଫୋନ ପକ୍ଷରୁ ଗ୍ରାହକମାନଙ୍କୁ ପ୍ରତିଦିନ ୩ଜିବି ଡାଟା ଦିଆଯାଉଛି। ଏହାସହ ଏଥିରେ ଅନ୍ୟ ନେଟଓ୍ଵର୍କ ପାଇଁ ଅନଲିମିଟେଡ୍ କଲିଂ ସୁବିଧା ଦିଆଯାଉଛି। ଅନ୍ୟ ନେଟଓ୍ଵର୍କ ଭଳି ଏଥିରେ ମଧ୍ୟ ୧୦୦ ଏସ୍‌ଏମ୍‌ଏସ୍‌ର ସୁବିଧା ଯୋଗାଇ ଦିଆଯାଉଛି।

Comment