ଓଡ଼ିଶାଲାଇଭ୍ ବ୍ୟୁରୋ

ଲକଡାଉନ୍ କାରଣରୁ ଏବେ ସାରା ଦେଶର ଘରେ ରହିଛି। ଏଭଳି ସମୟରେ ଲୋକମାନେ ମୋବାଇଲ୍ ରିଚାର୍ଜ ପାଇଁ ବେଷ୍ଟ ପ୍ଲାନ ଖୋଜୁଛନ୍ତି। ତେବେ ଆପଣ ଯଦି ଗୋଟିଏ ଦିନରେ ଏକ ଜିବି ଡାଟାରୁ ଅଧିକ ଡାଟା ସହିତ ଅନଲିମିଟେଡ୍ କଲ୍ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏହି ସବୁ ପ୍ଲାନ ଲାଭଦାୟକ ହେବ।

ଏୟାରଟେଲ୍

ଏଥିପାଇଁ ଆପଣଙ୍କ ପାଇଁ ଏୟାରଟେଲର ୩୯୯ ଟଙ୍କିଆ ପ୍ଲାନ୍ ସଠିକ୍ ହେବ। ଏଥିରେ ଆପଣଙ୍କୁ ପ୍ରତିଦିନ ଦେଢ଼ ଜିବି ଡାଟା ସହିତ ଯେକୌଣସି ନେଟୱର୍କକୁ ଅନଲିମିଟେଡ୍ କଲ୍ କରିପାରିବେ। ଏହି ପ୍ଲାନର ବୈଧତା ୫୬ ଦିନ ପାଇଁ ରହିଛି। ଏହି ପ୍ଲାନରେ ଗ୍ରାହକମାନଙ୍କୁ ଏସଏମଏସ୍ ଓ ୱିଙ୍କ୍ ମ୍ୟୁଜିକ୍ ଆପ୍ ମଧ୍ୟ ସବସ୍କ୍ରିପନ ମଧ୍ୟ ମିଳିପାରିବ।

ଜିଓ

ଜିଓର ୩୯୯ ଟଙ୍କାର ପ୍ଲାନରେ ଗ୍ରାହକମାନେ ମଧ୍ୟ ଲାଭଦାୟକ ପ୍ଲାନ ପାଇପାରିବେ। ଏହି ପ୍ଲାନରେ ଗ୍ରାହକଙ୍କୁ ପ୍ରତିଦିନ ଦେଢ଼ ଜିବି ଡାଟା ସହିତ ଜିଓରୁ ଜିଓ ଅନଲିମିଟେଡ୍ କଲ ସୁବିଧା ରହିଛି। ସେହିପରି ଅନ୍ୟ ନେଟୱର୍କକୁ ଗ୍ରାହକମାନେ ୨ ହଜାର ମିନିଟ୍ ପାଇଁ ମାଗଣା କଲ୍ କରିପାରିବେ। ଏହି ପ୍ଲାନର ବୈଧତା ଗ୍ରାହକମାନଙ୍କ ପାଇଁ ୫୬ଦିନ ରହିଛି।

ଭୋଡାଫୋନ୍

ଭୋଡାଫୋନରେ ଏହି ୩୯୯ ଟଙ୍କାର ରିଚାର୍ଜ ପ୍ଲାନରେ ଗ୍ରାହକମାନେ ୩ ଜିବି ଡାଟା ପାଇପାରିବେ। ଏଥିସହ ଗ୍ରାହକମାନଙ୍କୁ ଯେକୌଣସି ନେଟୱର୍କକୁ ଅନଲିମିଟେଡ୍ କଲ୍ କରିବାର ମଧ୍ୟ ସୁବିଧା ମିଳିବ। ଏହି ସୁବିଧା ଗ୍ରାହକମାନେ ୫୬ ଦିନ ପାଇଁ ଉଠାଇପାରିବେ। ଏଥିସହ ଉପଭୋକ୍ତାମାନେ ZEE5 ଆପର ମଧ୍ୟ ମାଗଣା ସବସ୍କ୍ରିପସନ ମଧ୍ୟ ପାଇପାରିବେ।

Comment