ଓଡ଼ିଶାଲାଇଭ୍ ବ୍ୟୁରୋ

ଆପଣଙ୍କ ମୋବାଇଲରେ ଆପଣ ବିଭିନ୍ନ ଟେଲିକମ୍ କମ୍ପାନିର ସିମ୍ ବ୍ୟବହାର କରୁଥିବେ। ଯେଉଁଥିପାଇଁ ଆପଣଙ୍କୁ ମାସକୁ ମାସ ରିଚାର୍ଜ କରିବାକୁ ପଡୁଥିବ। ତେବେ ଆପଣ ଚାହିଁଲେ ଏହାକୁ ଏକ ବର୍ଷ ପାଇଁ ମଧ୍ୟ କରିପାରିବେ। ଏହା ଆପଣଙ୍କ ପାଇଁ ସହଜସାଧ୍ୟ ହେବା ସହିତ ଅନେକ ସୁବିଧ ମଧ୍ୟ ଦେବ।

ଜିଓ

ଜିଓ କମ୍ପାନିର ଏକ ମାସିଆ ରିଚାର୍ଜ ପ୍ଲାନର ମୂଲ୍ୟ ୧୨୯ ଟଙ୍କା ରହିଛି। ତେବେ ଆପଣ ଯଦି ଗୋଟିଏ ବର୍ଷ ପାଇଁ ଜିଓ ରିଚାର୍ଜ କରିବେ ତେବେ ଆପଣଙ୍କୁ ଏଥିପାଇଁ ୧୨୯୯ ଟଙ୍କା ଦେବାକୁ ପଡ଼ିବ।

ଏହି ପ୍ଲାନରେ ଗ୍ରାହକଙ୍କୁ ମୋଟ ୨୪ ଜିବି ଇଣ୍ଟରନେଟ୍ ଡାଟା ମିଳିବା ସହିତ ଜିଓରୁ ଜିଓ ଅନଲିମିଟେଡ୍ କଲ ସୁବିଧ ରହିଛି। ସେହିପରି ୧୨ ହଜାର ମିନିଟର ଅନ୍ୟ ନେଟୱର୍କକୁ ମାଗଣା କଲ୍ ରହିଛି।

ଏୟାରଟେଲ୍

ଏୟାରଟେଲର ମାସିକିଆ ରିଚାର୍ଜ ପ୍ଲାନ୍ ୧୪୯ ଟଙ୍କାରୁ ଆରମ୍ଭ ହେଉଛି। କିନ୍ତୁ ଆପଣ ଯଦି ଏଥିରେ ବର୍ଷକ ପାଇଁ ରିଚାର୍ଜ କରିବେ ତେବେ ଆପଣଙ୍କୁ କେବଳ ୧୪୯୮ ଟଙ୍କା ଦେବାକୁ ପଡ଼ିବ। ଏହି ପ୍ଲାନରେ ଗ୍ରାହକମାନଙ୍କୁ ମୋଟ ୨୪ ଡାଟା ସହିତ ଯେକୌଣସି ନେଟୱର୍କକୁ ଅନଲିମିଟେଡ୍ କଲ୍ ଓ ୩୬ ଶହ ଏସ୍ଏମ୍ଏସ୍ କରିବାର ସୁଯୋଗ ମିଳିବ।

ଭୋଡାଫୋନ୍

ଜିଓ ଓ ଏୟାରଟେଲ୍ ଭଳି ଭୋଡାଫୋନର ମଧ୍ୟ ବର୍ଷିକିଆ ପ୍ଲାନ ରହିଛି। ଏହାର ମୂଲ୍ୟ ୧୪୯୯ ଟଙ୍କା ରହିଛି। ଏହି ରିଚାର୍ଜ ପ୍ଲାନରେ ଗ୍ରାହକମାନଙ୍କୁ ମୋଟ ୨୪ ଡାବା ମିଳିବା ସହିତ ଅନଲିମିଟେଡ୍ କଲିଂ ସୁବିଧା ମଧ୍ୟ ରହିଛି। ଏଥିସହିତ Zee5 ଏବଂ ଭୋଡାଫୋନ୍ ପ୍ଲେ ଆପ୍ ମଧ୍ୟ ମାଗଣାରେ ବ୍ୟବହାର କରିପାରିବେ।

Comment