ଓଡ଼ିଶାଲାଇଭ୍ ବ୍ୟୁରୋ
ଟେଲିକମ୍ ଜଗତରେ ସବୁବେଳେ ଚହଳ ପକାଉଥିବା ଜିଓ କମ୍ପାନି ଏବେ ତା’ର ନୂଆ ଫୋନକୁ ନେଇ ଚର୍ଚ୍ଚାରେ। ଏହି ଫୋନ୍ ଗ୍ରାହକମାନଙ୍କୁ ମାତ୍ର ୩୯୯ ଟଙ୍କାରେ ମିଳିବ ବୋଲି କୁହାଯାଉଥିବାବେଳେ, ଏଥିରେ ଗ୍ରାହକମାନେ ଅନେକ ପ୍ରକାରର ସୁବିଧା ସୁଯୋଗ ପାଇପାରିବେ।
ଏହି ଫୋନର ନାଁ ଜିଓ ଫୋନ୍ ଲାଇଟ୍ ରହିବା ସହିତ ଏହା ଗ୍ରାହକମାନଙ୍କୁ ମାତ୍ର ୩୯୯ ଟଙ୍କାରେ ମିଳିପାରିବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏଥିସହିତ ଖୁବଶୀଘ୍ର କମ୍ପାନି ଏହାକୁ ଲୋକମାନଙ୍କ ପାଇଁ ଲଞ୍ଚ କରିବ ବୋଲି ସୂଚନା ମିଳିଛି।
ଏହି ଫୋନରେ ଗ୍ରାହକମାନେ ଜିଓ ସିମର ବ୍ୟବହାର କରିବା ସହିତ ଜିଓରୁ ଜିଓ ମାଗଣା କଲ୍ କରିପାରିବେ। ଏଥିସହିତ ଏଥିରେ ଗ୍ରାହକମାନେ ହ୍ୱାଟ୍ସଆପ୍, ଫେସବୁକ୍ ମଧ୍ୟ ବ୍ୟବହାର କରିପାରିବେ ବୋଲି ଜଣାପଡ଼ିଛି।
ଏହାପୂର୍ବରୁ ମଧ୍ୟ ଜିଓ କମ୍ ଦାମରେ ମୋବାଇଲ୍ ବିକ୍ରି କରି ସାରିଛି। ସେ ସମୟରେ ଏହି ଫୋନର ଦାମ ୧୪୯୯ ଟଙ୍କା ରଖାଯାଇଥିଲା। ଟେଲିକମ୍ ଜଗତରେ ଇଣ୍ଟରନେଟ୍ ଓ ଶସ୍ତା ମୋବାଇଲ୍ ଯୋଗାଇବା ଯୋଗୁ ଜିଓ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛି।


















