ଓଡ଼ିଶାଲାଇଭ୍ ବ୍ୟୁରୋ

ଲକଡାଉନ୍ ପାଇଁ ଏବେ ସାରା ଦେଶ ଘରେ ବସିରହିଛି। ଯେଉଁ କାରଣରୁ ଲୋକମାନେ ଅଧିକ ପରିମାଣର ଇଣ୍ଟରନେଟ୍ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିରେ ଆପଣଙ୍କ ପାଇଁ ଏଭଳି କିଛି ରିଚାର୍ଜ ପ୍ଲାନ୍ ରହିଛି ଯେଉଁଥିରେ ୩ ଜିବି ଡାଟା ସହିତ ଅନଲିମିଟେଡ୍ କଲ୍ ସୁବିଧା ମିଳିବ।

ଜିଓ

ଜିଓର ୩୪୯ ଟଙ୍କାର ପ୍ଲାନରେ ଗ୍ରାହକମାନେ ୩ ଜିବି ଇଣ୍ଟନେଟ୍ ପାଇବା ସହିତ ମାଗଣା କଲିଂ ସୁବିଧା ମଧ୍ୟ ପାଇପାରିବେ। ଏହି ପ୍ଲାନର ବୈଧତା ୨୮ ଦିନ ପାଇଁ ରହିଛି। ଏଥିସହ ଏଥିରେ ହଜାରେ ମିନିଟର ଅନ୍ୟ ନେଟୱର୍କକୁ ମାଗଣା କଲ୍ ଓ ଜିଓରୁ ଜିଓ ଅନିଲିମିଟେଡ୍ କଲ୍ ସୁବିଧା ମଧ୍ୟ ରହିଛି।

ଏୟାରଟେଲ୍

ଏୟାରଟେଲର ୫୫୮ ଟଙ୍କିଆ ରିଚାର୍ଜ ପ୍ଲାନରେ ଗ୍ରାହକମାନେ ଏହି ୩ ଜିବିର ଡାଟା ପ୍ଲାନ୍ ପାଇପାରିବେ। ଏହି ପ୍ଲାନରେ ଗ୍ରାହକମାନଙ୍କୁ ୫୬ ଦିନ ପାଇଁ ପ୍ରତିଦିନ ୩ ଜିବି ଡାଟା ବାଲାନ୍ସ ସହିତ ଅନଲିମିଟେଡ୍ କଲିଂ ସୁବିଧା ମଧ୍ୟ ମିଳିବ। ଏହାସହ ଗ୍ରାହକମାନଙ୍କୁ ଏସ୍ଏମ୍ଏସ୍ ସୁବିଧା ମଧ୍ୟ ମିଳିବ।

ଭୋଡାଫୋନ୍

ଭୋଡାଫୋନ୍ ଏବେ ତା’ର ଗ୍ରାହକମାନଙ୍କ ପାଇଁ ଡବଲ ଡାଟା ଅଫର ଆଣିଛି। ଯେଉଁଥିରେ ଗ୍ରାହକମାନଙ୍କୁ ଦୁଇଗୁଣା ଡାଟା ମିଳୁଛି। ୩୯୯ ଟଙ୍କାର ଏହି ରିଚାର୍ଜ ପ୍ଲାନରେ ଗ୍ରାହକମାନଙ୍କୁ ଏଣିକି ଦେଢ଼ ଜିବି ଡାଟା ବଦଳରେ ୩ ଜିବି ଡାଟା ମିଳୁଛି। ଏଥିସହି ଅନଲିମିଟେଡ୍ କଲିଂ ଓ ଏସଏମଏସ୍ ସୁବିଧା ମଧ୍ୟ ଗ୍ରାହକମାନେ ଉଠାଇପାରୁଛନ୍ତି।

Comment