ଓଡ଼ିଶାଲାଇଭ୍ ବ୍ୟୁରୋ

ଲକଡାଉନକୁ ଧ୍ୟାନରେ ରଖି ଭୋଡାଫୋନ୍ – ଆଇଡିଆ ଗ୍ରାହକମାନଙ୍କ ପାଇଁ ଏକ ଦମଦାର ଅଫର୍ ଆସିଛି। ଯେଉଁଥିରେ ଗ୍ରାହକମାନେ ଅନ୍ୟମାନଙ୍କ ରିଚାର୍ଜ କରି କ୍ୟାଶବ୍ୟାକ୍ ପାଇପାରିବେ।

ଲକଡାଉନ୍ ପାଇଁ ଏବେ ଲୋକମାନେ ବାହାରକୁ ବାହାରିପାରୁନାହାନ୍ତି। ତେଣୁ ଅନଲାଇନ୍ ରିଚାର୍ଜକୁ ବୃଦ୍ଧି କରିବାକୁ କମ୍ପାନି ପକ୍ଷରୁ ଏଭଳି ଅଫର୍ ଅଣାଯାଇଛି। ଏହି ଅଫରରେ ଗ୍ରାହକମାନେ ଅନ୍ୟର ମୋବାଇଲ ନମ୍ବରରେ ରିଚାର୍ଜ କରି ୬% କ୍ୟାଶବ୍ୟାକ୍ ପାଇପାରିବେ।

ବିଶେଷକରି ପରିବାରଲୋକ, ବନ୍ଧୁମାନଙ୍କ ମୋବାଇଲ୍ ରିଚାର୍ଜ କରି ଆପଣ ଘରେ ବସି କ୍ୟାଶବ୍ୟାକ୍ ପାଇପାରିବେ। ଏହି ସୁବିଧା ଗ୍ରାହକମାନେ ଏପ୍ରିଲ୍ ୯ ତାରିଖରୁ ଏପ୍ରିଲ୍ ୩୦ ତାରିଖ ମଧ୍ୟରେ ଉଠାଇପାରିବେ ବୋଲି କୁହାଯାଇଛି।

ଏଥିପାଇଁ ଆପଣଙ୍କୁ ପ୍ରଥମେ My Vodafone କିମ୍ବା My Idea ଆପ୍ ଡାଉନଲୋଡ୍ କରିବାକୁ ପଡ଼ିବ। ସେଠାରେ ଲଗଇନ୍ କରିବା ପରେ ହିଁ ଆପଣମାନେ ଏହି କ୍ୟାଶବ୍ୟାକ୍ ଅଫର୍ ପାଇପାରିବେ।

Comment