ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ଦେଶ ଏବେ କରୋନା କାରଣରୁ ଲକଡାଉନ୍ ରହିଛି। ଲୋକମାନେ ବାହାରକୁ ନବାହାରି ଘରେ ବସି ନିଜର ସମୟ କାଟୁଛନ୍ତି। ଏଭଳି ସମୟରେ ଭାରତୀୟ ଟେଲିକମ୍ କମ୍ପାନିମାନେ ମଧ୍ୟ ନିଜର ଗ୍ରାହକମାନଙ୍କ ପାଇଁ କିଛି ସୁବିଧା ଯୋଗାଇ ଦେଇଛନ୍ତି।

ଜିଓ

ଲକଡାଉନ୍ ପାଇଁ ଜିଓ କମ୍ପାନି ପକ୍ଷରୁ ଗ୍ରାହକମାନଙ୍କ ପାଇଁ ଅନେକ ସୁବିଧା ଯୋଗାଇ ଦିଆଯାଉଛି। ଏପ୍ରିଲ୍ ୧୭ ତାରିଖ ପର୍ଯ୍ୟନ୍ତ କମ୍ପାନି ତରଫରୁ ଗ୍ରାହକମାନଙ୍କୁ ୧୦୦ ମିନିଟର କଲ୍ ଓ ୧୦୦ ଏସଏମଏସ ସେବା ଯୋଗାଇ ଦିଆଯିବ ବୋଲି କମ୍ପାନି ଘୋଷଣା କରିଛି।

ଏଥିସହ କମ୍ପାନି ଆହୁରି ମଧ୍ୟ ଘୋଷଣା କରିଛି ଯେ, ଯଦି ଏହା ମଧ୍ୟରେ ଗ୍ରାହକଙ୍କର ଭାଲିଡିଟି ଶେଷ ହୋଇଯାଉଛି। ତେବେ ମଧ୍ୟ ସେମାନଙ୍କ ମୋବାଇଲ୍ ଇନ୍ କମିଙ୍ଗ୍ କଲ୍ ଆସିବ। ଏଥିସହିତ ଜିଓ ଫାଇବରରେ ମଧ୍ୟ କମ୍ପାନି ତରଫରୁ ଅନେକ ସୁବିଧା ଯୋଗାଇ ଦିଆଯାଉଛି।

ଏୟାରଟେଲ୍

ଜିଓ ଭଳି ଏୟାରଟେଲ୍ ମଧ୍ୟ ନିଜ ଗ୍ରାହକମାନଙ୍କ ପାଇଁ ଲକଡାଉନ୍ ଅଫର୍ ଆଣିଛି। ଭାରତୀ ଏୟାରଟେଲ୍ ୧୭ ଏପ୍ରିଲ୍ ପର୍ଯ୍ୟନ୍ତ ସମସ୍ତ ଗ୍ରାହକମାନଙ୍କ ଭାଲିଡଟି ବଢ଼ାଇ ଦେଇଛି। ଏହାଫଳରେ ଲୋକମାନେ କୌଣସି ରିଚାର୍ଜ ନକରି ମଧ୍ୟ ୧୭ ଏପ୍ରିଲ୍ ପର୍ଯ୍ୟନ୍ତ ଏୟାରଟେଲ୍ କମ୍ପାନିର ସେବା ପାଇପାରିବେ। ଏହାଦ୍ୱାରା ପ୍ରାୟ ୮ କୋଟି ଗ୍ରାହକ ଲାଭବାନ ହୋଇପାରିବେ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ଭୋଡାଫୋନ୍ – ଆଇଡିଆ

ଭୋଡାଫୋନ୍ ଓ ଆଇଡିଆ ସିମର ଗ୍ରାହକମାନଙ୍କର ମଧ୍ୟ ଭାଲିଡିଟି ୧୭ ଏପ୍ରିଲ୍ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଏଥିସହ କମ୍ପାନି ତରଫରୁ ଗ୍ରାହକଙ୍କ ନମ୍ବରରେ ୧୦ ଟଙ୍କାର ରିଚାର୍ଜ ମଧ୍ୟ କରିଦିଆଯାଇଛି। ଯାହାଦ୍ୱାରା ଗ୍ରାହକମାନେ ବିନା କୌଣସି ଅସୁବିଧାରେ କଲ୍ କରିପାରିବେ। ତେବେ ଏହି ସୁବିଧା କମ୍ପାନି କେବଳ ଫିଚର ଫୋନ୍ ବ୍ୟବହାରକାରୀଙ୍କ ପାଇଁ ରଖିଛି।

Comment