ଓଡ଼ିଶାଲାଇଭ୍ ବ୍ୟୁରୋ

ଭୋଡାଫୋନ୍ ଗ୍ରାହକମାନଙ୍କ କମ୍ପାନି ଆଣିଛି ଦମଦାର ଅଫର। ଏଣିକି ମାତ୍ର ୨୪୯ଟଙ୍କାରେ ଭୋଡାଫୋନ୍ ଗ୍ରାହକମାନେ ପ୍ରତିଦିନ ୩ଜିବି ଡାଟା ପାଇବା ସହିତ ଅନଲିମିଟେଡ୍ କଲ କରିପାରିବେ।

ଅସଲ କଥା ହେଲା ଭୋଡାଫୋନ୍ ଏହି ରିଚାର୍ଜ ପ୍ଲାନରେ ଡବଲ୍ ଡାଟା ଅଫର୍ ଲାଗୁ କରିଛି। ଫଳରେ ଏହି ପ୍ଲାନରେ ଆଗରୁ ମିଳୁଥିବା ୧.୫ ଜିବି ଡାଟା ଏବେ ଦୁଇଗୁଣା ହୋଇଯାଇଛି। ଏବେ ଗ୍ରାହକମାନଙ୍କୁ ଏହି ପ୍ଲାନରେ ୩ଜିବି ଡାଟା ମିଳିବ।

ଏଥିସହିତ ଏହି ରିଚାର୍ଜ ପ୍ଲାନରେ ଗ୍ରାହକମାନଙ୍କୁ ଯେକୌଣସି ନେଟୱର୍କକୁ ଅନଲିମିଟେଡ୍ କଲ୍ କରିବାର ସୁବିଧା ମିଳିପାରିବ।  ଏହି ରିଚାର୍ଜ ପ୍ଲାନର ଅବଧି ୨୮ ଦିନ ପାଇଁ ରହିଛି।

ଏହାସହ ଏହି ରିଚାର୍ଜ ପ୍ଲାନରେ ଗ୍ରାହକମାନେ ପ୍ରତିଦିନ ଶହେ ଏସ୍ଏମ୍ଏସ୍ ଓ ZEE5ର ମାଗଣା ସବସ୍କ୍ରପସନ୍ ମିଳିପାରିବ।

Comment