ଓଡ଼ିଶାଲାଇଭ୍ ବ୍ୟୁରୋ

ଟେଲିକମ୍ ଜଗତରେ ଜିଓ ସବୁବେଳେ ତା’ର ଗ୍ରାହକମାନଙ୍କୁ ଲାଭଜନକ ଅଫର୍ ଦେଇଆସିଛି। ଏବେ ଜିଓ ଫାଇବର ଦ୍ୱାରା ମଧ୍ୟ ଗ୍ରାହକମାନଙ୍କୁ କମ୍ପାନି ଅନଲିମିଟେଡ୍ ଇଣ୍ଟରନେଟ୍ ସୁବିଧା ସହ ୧୨ଟି ଓଟିଟି ଆପକୁ ମାଗଣାରେ ଉପଲବ୍ଧ କରାଇବ ବୋଲି ଘୋଷଣା କରିଛି।

ଜିଓ ଫାଇବର ପାଇଁ କମ୍ପାନି ପକ୍ଷରୁ ୪ଟି ପ୍ଲାନ୍ ଆରମ୍ଭ କରାଯାଇଛି। ଯାହାକି ୩୯୯ ଟଙ୍କାରୁ ଆରମ୍ଭ ହେବ। ଏହାଦ୍ୱାରା ଗ୍ରାହକମାନେ ସ୍ପୀଡ୍ ଅନଲିମିଟେଡ୍ ଇଣ୍ଟରନେଟ୍ ପାଇପାରିବା ସହିତ ଅନଲିମିଟେଡ୍ କଲିଂ ସୁବିଧା ମଧ୍ୟ ପାଇପାରିବେ।୩୯୯ ଟଙ୍କାର ପ୍ଲାନରେ ଗ୍ରାହକମାନେ ୩୦ ଏମବିପିଏସ୍ ସ୍ପୀଡରେ ଅନଲିମିଟେଡ୍ ଇଣ୍ଟରନେଟ୍ ଓ କଲିଂ ସୁବିଧା ପାଇପାରିବେ। ହେଲେ ଏହି ପ୍ଲାନରେ ଗ୍ରାହକଙ୍କୁ କୌଣସି ପ୍ରକାର ଓଟିଟି ଆପ୍ ମାଗଣାରେ ଉପଲବ୍ଧ ହେବ ନାହିଁ। ଏହି ପ୍ଲାନର ସମୟ ସୀମା ଏକ ମାସ ପାଇଁ ରହିଛି।

ସେହିପରି ୬୯୯ ଟଙ୍କାର ପ୍ଲାନରେ ଗ୍ରାହକଙ୍କୁ ୧୦୦ ଏବିପିଏସ୍ ସ୍ପୀଡରେ ଅନଲିମିଡେଟ୍ ଇଣ୍ଟରନେଟ୍ ଓ କଲିଂ ମାସକ ପାଇଁ ମିଳିବ। ଏହି ପ୍ଲାନରେ ମଧ୍ୟ ଗ୍ରାହକମାନଙ୍କ ପାଇଁ ଓଟିଟି ଆପ୍ ମାଗଣାରେ ଉପଲବ୍ଧ ହେବ ନାହିଁ।BGUତେବେ ୯୯୯ ଓ ୧୪୯୯ ଟଙ୍କାର ମାସିକିଆ ପ୍ଲାନରେ ଗ୍ରାହକମାନଙ୍କୁ ୧୨ଟି ଓଟିଟି ଆପ୍ ମାଗଣାରେ ଉପଲବ୍ଧ ହେବ। ଯାହା ଭିତରେ ହଟଷ୍ଟାର, ଜୀ ପାଇଭ୍, ସୋନୀ ଲାଇଭ୍ ଭଳି ଆପ୍ ମିଳିପାରିବ। ଏହି ଦୁଇଟି ପ୍ଲାନରେ ଗ୍ରାହକମାନଙ୍କୁ ଯଥାକ୍ରମେ ୧୫୦ ଓ ୩୦୦ ଏମବିପିଏସ ସ୍ପୀଡର ଅନଲିମିଟେଡ୍ ଇଣ୍ଟରନେଟ୍ ଓ କଲିଂ ମିଳିବ।

Comment