ଓଡ଼ିଶାଲାଇଭ୍ ବ୍ୟୁରୋ

ଘରେ ରହି କାମ କରୁଥିବା ଅଫିସ୍ କର୍ମଚାରୀଙ୍କ ପାଇଁ ଜିଓ ଆଣିଛି ନୂଆ ଅଫର। ଏଣିକି ସେମାନେ ପ୍ରତିଦିନ ୩ ଜିବି ଡାଟା ସାଙ୍ଗକୁ ଅନଲିମିଟେଡ୍ କଥା ମଧ୍ୟ ହୋଇପାରିବେ।

ଜିଓ ପକ୍ଷରୁ ଏହି ଜାରି ହୋଇଥିବା ଏହି ପ୍ଲାନର ମୂଲ୍ୟ ରହିଛି ୯୯୯ ଟଙ୍କା। ଏଥିରେ ଗ୍ରାହକମାନଙ୍କୁ ୮୪ ଦିନ ପାଇଁ ପ୍ରତିଦିନ ୩ ଜିବି ଲେଖାଏଁ ଡାଟା ଉପଲବ୍ଧ ହୋଇପାରିବ। ଏଥିସହ ସେମାନେ ଜିଓରୁ ଜିଓ ଅନଲିମିଟେଡ୍ କଲ କରିପାରିବେ। ଅନ୍ୟ ନେଟୱର୍କକୁ ମଧ୍ୟ ସେମାନେ ୩ ହଜାର ମିନିଟ୍ ପର୍ଯ୍ୟନ୍ତ ମାଗଣାରେ କଥା ହୋଇପାରିବେ ବୋଲି କୁହାଯାଇଛି।

ଏଥିସହ ଅନ୍ୟ ସମସ୍ତ ପ୍ଲାନ ଭଳି ଏହି ପ୍ଲାନରେ ମଧ୍ୟ ଗ୍ରାହକମାନଙ୍କୁ ପ୍ରତିଦିନ ୧୦୦ ଏସ୍ଏମ୍ଏସ ସୁବିଧା ମିଳିବ। ଏହାବାଦ ଜିଓର ଅନ୍ୟ ସମସ୍ତ ସ୍ପେଶାଲ ଅଫର ମଧ୍ୟ ସେମାନେ ଉଠାଇପାରିବେ।

Comment