ଓଡ଼ିଶାଲାଇଭ୍ ବ୍ୟୁରୋ

ଟେଲିକମ୍ କମ୍ପାନିଗୁଡ଼ିକ ଏବେ ନିଜ ଗ୍ରାହକମାନଙ୍କୁ ଗୋଟିଏ ପରେ ଗୋଟିଏ ଅଫର୍ ଦେବାରେ ବ୍ୟସ୍ତ। ଜିଓ ପରେ ଏବେ ଏୟାରଟେଲ୍ ମଧ୍ୟ ନିଜ ବ୍ରଡବ୍ୟାଣ୍ଡ ଗ୍ରାହକମାନଙ୍କ ପାଇଁ ଧମାକାଦାର ଅଫର୍ ଆଣିଛି। ଯେଉଁଥିରେ ଗ୍ରାହକମାନେ ମାତ୍ର ୪୯୯ ଟଙ୍କା ଦେଇ ଅନଲିମିଟେଡ୍ ଇଣ୍ଟରନେଟ୍ ଓ କଲିଂ ସହ ଆହୁରି ଅନେକ ସୁବିଧା ମିଳିପାରିବ।

୪୯୯ ଟଙ୍କାର ପ୍ଲାନରେ ଗ୍ରାହକମାନଙ୍କୁ ୪୦ ଏମବିପିଏସ୍ ସ୍ପିଡରେ ଅନଲିମିଟେଡ୍ ଇଣ୍ଟରେନେଟ୍ ଯୋଗାଇ ଦିଆଯିବ। ଏଥିସହ ଗ୍ରାହକମାନଙ୍କୁ ଅନଲିମିଟେଡ୍ କଲର ମଧ୍ୟ ସୁବିଧା ମିଳିବ। ଏଥିସହ ଅନେକ ଅନଲାଇନ୍ ଓଟିଟି ପ୍ଲାଟଫର୍ମର ମାଗଣା ସବସ୍କ୍ରିପସନ ମଧ୍ୟ ମିଳିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।ସେହିପରି କମ୍ପାନି ପକ୍ଷରୁ ୭୯୯, ୯୯୯, ୧୪୯୯ ଓ ୩୯୯୯ ଟଙ୍କାର ପ୍ଲାନ ମଧ୍ୟ ଘୋଷଣା କରାଯାଇଛି। ୭୯୯ ଟଙ୍କାର ପ୍ଲାନରେ ଗ୍ରାହକଙ୍କୁ ୧୦୦ ଏମବିପିଏସ୍, ୯୯୯ ଟଙ୍କାରେ ୨ ଶହ ଏମବିପିଏସ୍, ୧୪୯୯ ଟଙ୍କାରେ ୩ ଶହ ଏମବିଏସ୍ ଓ ୩୯୯୯ ଟଙ୍କାରେ ଗ୍ରାହକମାନଙ୍କୁ ୧ ଜିବିପିଏସ୍ ସ୍ପିଡର ଅନଲିମିଟେଡ୍ ଇଣ୍ଟରନେଟ୍ ମିଳିବ।

ଏହାବାଦ୍ ଏହି ସମସ୍ତ ପ୍ଲାନରେ ଅନଲିମିଟେଡ୍ କଲ୍ ସହ ହଟଷ୍ଟାର, ଜି ଫାଇଭ୍, ଆମାଜନ ପ୍ରାଇମ୍ ଭଳି ଓଟିଟି ପ୍ଲାଟଫର୍ମର ମାଗଣା ସବସ୍କ୍ରିପସନ ମଧ୍ୟ ମିଳିବ।

Comment