ଓଡ଼ିଶାଲାଇଭ୍ ବ୍ୟୁରୋ

ଭୋଡାଫୋନ୍ ଗ୍ରାହକମାନଙ୍କ ପାଇଁ ଖୁସି ଖବର। ଲମ୍ବା ବୈଧତା ଚାହୁଁଥିବା ଗ୍ରାହକଙ୍କ ପାଇଁ କମ୍ପାନି ତିନୋଟି ନୂଆ ପ୍ଲାନ୍ ଆରମ୍ଭ କରିଛି।

୪୭ ଟଙ୍କା, ୬୭ ଟଙ୍କା ଓ ୭୮ ଟଙ୍କାର ଏହି ପ୍ଲାନରେ ଗ୍ରାହକମାନେ ଲମ୍ବା ଭାଲିଡିଟି ପାଇପାରିବେ। ପ୍ରଥମ କରି ୪୭ ଟଙ୍କାର ପ୍ଲାନରେ ଗ୍ରାହକମାନେ କେବଳ ୨୮ ଦିନର ବୈଧତା ପାଉଥିବାବେଳେ ଏଥିରେ କଲର୍ ଟ୍ୟୁନ୍ ବ୍ୟବସ୍ଥା ମାଗଣା ରହିଛି।

ଏଥିସହ ୬୭ ଟଙ୍କା ଓ ୭୮ ଟଙ୍କାର ପ୍ଲାନରେ ଗ୍ରାହକମାନଙ୍କୁ ୮୯ ଓ ୯୦ ଦିନର ଭାଲିଡିଟି ମିଳିପାରିବ। ଏହି ଦୁଇଟି ରିଚାର୍ଜ ପ୍ଲାନରେ ଗ୍ରାହକମାନେ କୌଣସି ପ୍ରକାର ଡାଟା କିମ୍ବା କଲିଂ ସୁବିଧା ପାଇପାରିବେ ନାହିଁ। କଲିଂ ଓ ଇଣ୍ଟରନେଟ୍ ପାଇବାକୁ ହେଲେ ଲୋକମାନଙ୍କୁ ଅନ୍ୟ ରିଚାର୍ଜ ପ୍ଲାନ ଆପଣାଇବାକୁ ପଡ଼ିବ। ତେବେ ଏହି ରିଚାର୍ଜ ପ୍ଲାନ ଗ୍ରାହକଙ୍କୁ ଭଲ ଓ ଲମ୍ବା ଭାଲିଡିଟି ଦେଇପାରିବ।

Comment