ଓଡ଼ିଶାଲାଇଭ୍ ବ୍ୟୁରୋ

ଭୋଡାଫୋନ ଗ୍ରାହକଙ୍କ ପାଇଁ ଖୁସି ଖବର। କମ୍ପାନି ତା’ର ଗ୍ରାହକଙ୍କ ପାଇଁ ନୂଆ ରିଚାର୍ଜ ପ୍ଲାନ ଆଣିଛି। ନୂଆ ପ୍ଲାନରେ ଗ୍ରାହକମାନେ ମାତ୍ର ୧୯ ଟଙ୍କାରେ ଅନଲିମିଟେଡ କଲିଂର ସୁବିଧା ପାଇପାରିବେ।୧୯ ଟଙ୍କାରେ ମାଗଣା କଲ୍

ଗ୍ରାହକମାନେ ୧୯ ଟଙ୍କା ରିଚାର୍ଜ କରି ଦୁଇ ଦିନ ପାଇଁ ଯେକୌଣସି ନେଟୱାର୍କକୁ ମାଗଣାରେ କଲ୍ କରିପାରିବେ। ଏହି ପ୍ଲାନରେ ଗ୍ରାହକମାନେ ୧୫୦MB ଇଣ୍ଟରନେଟ୍ ମଧ୍ୟ ବ୍ୟବହାର କରିପାରିବେ। ତା ସହିତ ଏହି ପ୍ଲାନରେ ଗ୍ରାହକ ଦୁଇ ଦିନରେ ୧୦୦ଟି ମାଗଣା ଏସ୍ଏମ୍ଏସ୍ କରିବାର ସୁଯୋଗ ପାଇବେ।୨୧୯ଟଙ୍କାରେ ଧମାକାଦାର ଫ୍ଲାନ୍

ସେହିପରି ଭୋଡାଫୋନ ତା’ର ଗ୍ରାହକଙ୍କ ପାଇଁ ଆଉ ଗୋଟିଏ ପ୍ଲାନ୍ ମଧ୍ୟ ଆଣିଛି। ଏଥିରେ ଗ୍ରାହକମାନେ ୨୧୯ ଟଙ୍କା ରିଚାର୍ଜ କରି ୨୮ ଦିନ ପାଇଁ ଅନଲିମିଟେଡ୍ କଲିଂର ଫାଇଦା ଉଠାଇପାରିବେ। ଏହାସହ ଏହି ପ୍ଲାନରେ ଗ୍ରାହକଙ୍କୁ ଦିନକୁ ୧GB ଡାଟା ଓ ୧୦୦ SMS ବ୍ୟବହାର କରିବାର ସୁଯୋଗ ମିଳିବ।

Comment