ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲାଙ୍ଗିର ଦେଓଗାଁ-ତୁଷୁରା ରାସ୍ତା ମହିପୁର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ଟ୍ରକ ବାଇକକୁ ଧକ୍କା ଦେବା ଫଳରେ ଭାଇ-ଭଉଣୀଙ୍କ ମୃତ୍ୟୁ ଘଟିଛି।

ମଙ୍ଗଳବାର ସକାଳେ ଦେଓଗାଁ-ତୁଷୁରା ରାସ୍ତା ଦେଇ ଏକ ବାଇକରେ ୨ ଭାଇ ଭଉଣୀ ଯାଉଥିଲେ। ସେହି ସମୟରେ ଏକ ଟ୍ରକ୍ ତାଙ୍କୁ ସାମ୍ନାରୁ ଧକ୍କା ଦେଇଥିଲା। ଫଳରେ ଉଭୟ ରାସ୍ତା ଉପରେ ଛିଟିକି ପଡିଥିଲେ। ସେମାନଙ୍କ ମୁଣ୍ଡ ରାସ୍ତାରେ ମାଡ ହୋଇଥିଲା। ତେବେ ସ୍ଥାନୀୟ ଲୋକେ ସେମାନଙ୍କୁ ମେଡିକାଲ ନେବା ବେଳକୁ ଉଭୟେ ପ୍ରାଣ ହରାଇ ସାରିଥିଲେ।

ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଭାଇ-ଭଉଣୀ ହେଉଛନ୍ତି ମୁରିବାହାଲ ପଙ୍ଗୁନିଆ ଗ୍ରାମର ମଣ୍ଟୁ ଓ ସଞ୍ଜୁ ବେନିଆ। ଏହି ଦୁର୍ଘଟଣା ପରେ ସେଠାରେ ଉତେଜନା ପ୍ରକାଶ ପାଇଛି।

ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ରାସ୍ତା ରୋକ କରିବା ସହ ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ଗିରଫ କରିବାକୁ ଦାବି କରିଛନ୍ତି ।

Comment