ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଦ୍ମପୁର: ବରଗଡ଼ ଜିଲ୍ଲା ପଦ୍ମପୁର ପୋଲିସକୁ ମିଳିଛି ବଡ଼ ସଫଳତା। ପଦ୍ମପୁର ବରିକେଲ ପଞ୍ଚାୟତ ସିଂହନପୁର ଗାଁରେ ପୋଲିସ ଚଢ଼ାଉ କରି ଏକ ନକଲି ବିଡ଼ି କାରଖାନାର ପର୍ଦ୍ଦାଫାସ କରିଛି। ଏହି ଘଟଣାରେ ପୋଲିସ ବହୁ କଞ୍ଚାମାଲ ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତ ଜଣ ହେଲେ ରୁଦ୍ର ମେହେର। ଅଭିଯୁକ୍ତ ଜଣକ ନିଜ ଘରେ କାରାଖାନା ତିଆରି କରି ନକଲି ବିଡ଼ି ପ୍ରସ୍ତୁତ କରୁଥିଲା।

ବିଶେଷ ସୂତ୍ରରୁ ଖବର ପାଇ ପଦ୍ମପୁର ଥାନା ଅଧିକାରୀ ମାନସ ରଂଜନ ପ୍ରଧାନ ନିଜ ଟିମ୍ ସହିତ ସିଂହନପୁର ଗାଁର ରୁଦ୍ର ମେହେରଙ୍କ ଘରେ ଚଢ଼ାଉ କରିଥିଲା। ଚଢ଼ାଉ ପରେ ଘଟଣାସ୍ଥଳରୁ ପୋଲିସ ବିଡ଼ି ତିଆରି କଞ୍ଚାମାଲ, ୧୪୮ ପୁଡ଼ିଆ ବିଡ଼ି ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲା। ଅଭିଯୁକ୍ତ ଅମୋଲ, ମନ୍ଦିର, ଗୋପାଳ, ଅଶୋକ, ମେଘନା ଆଦି ନାମୀଦାମୀ କମ୍ପାନିର ଟ୍ରେଡ୍‌ ମାର୍କ ଥିବା କଭରରେ ବିଡ଼ି ପ୍ରସ୍ତୁତ କରି ଚୋରା ବ୍ୟବସାୟ କରୁଥିଲେ।

ଏହି ଘଟଣାରେ ପଦ୍ମପୁର ପୋଲିସ କେସ୍‌ ନଂ ୨୨୨ରେ ଏକ ମାମଲା ରୁଜ୍ଜୁ କରି ଧାରା ୪୬୮, ୪୬୯, ୪୭୧, ୪୨୦, ଆଇପିସି ୧୦୩, ୧୦୪, ୧୦୭ ଟ୍ରେଡ୍‌ ମାର୍କ ଆକ୍ଟ ୧୯୯୯ ଅନୁଯାୟୀ ରୁଦ୍ର ମେହେରଙ୍କୁ କୋର୍ଟ ଚାଲାଣ କରିଛି।

Comment