ଓଡ଼ିଶାଲାଇଭ ବ୍ୟୁରୋ

ରାଜ୍ୟର ସରକାରୀ ଉଦ୍ୟୋଗ ଓଡ଼ିଶା ଖଣି ନିଗମରେ ଖଣି ମ୍ୟାନେଜର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରି ପାରିବେ। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ www.omcltd.in ସାଇଟ୍‌ରୁ ଆବେଦନପତ୍ର ଡାଉନ୍‌ଲୋଡ୍‌ କରିପାରିବେ।

ପଦବୀ: ମ୍ୟାନେଜର(ଖଣି) – ଗ୍ରେଡ୍‌ ଇ-୩ 

  • ପଦବୀ ସଂଖ୍ୟା – ୧ (ସଂରକ୍ଷିତ ନୁହେଁ)
  • ଶିକ୍ଷାଗତ ଯୋଗ୍ୟତା – ଖଣି ଇଂଜିନିୟରିଂରେ ବିଇ/ବି.ଟେକ୍‌ କରିଥିବା ଆବଶ୍ୟକ। ଏହାସହ ଏମ୍‌ଏମ୍‌ସିସିରେ ଫାଷ୍ଟ ଡିଭିଜନ ହାସଲ କରିଥିବା ଆବଶ୍ୟକ। ଡିଜାଇନ ଓ ଅପରେସନରେ ପ୍ରୋଜେକ୍ଟ ସମ୍ପାଦନ, ଖଣି ପ୍ଲାନିଂରେ ୪ ବର୍ଷରେ ଡିଗ୍ରି ହାସଲ କରିଥିବା ଆବଶ୍ୟକ।
  • ମାସିକ ଦରମା – ୭୮,୫୦୦
  • ବୟସ ସୀମା – ୩୮ ବର୍ଷରୁ କମ୍‌

ଓଡ଼ିଶା ଖଣି ନିଗମ ଓଡ଼ିଶା ସରକାରଙ୍କ ଏକ ଗୋଲ୍‌ଡ କାଟାଗୋରି ତଥା ଲାଭକାରୀ ସରକାରୀ ଉଦ୍ୟୋଗ। ୨୦୧୮-୧୯ ଆର୍ଥିକ ବର୍ଷରେ ଏହାର ବାର୍ଷିକ କାରବାର ଥିଲା ୪୦୫୩ କୋଟି ଟଙ୍କା। ଓଡ଼ିଶାରେ ଶିଳ୍ପ ଏବଂ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଓଏମ୍‌ସି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି। ଏହି ସଂସ୍ଥା ଓଡ଼ିଶାରେ ଲୁହାପଥର, କ୍ରୋମ ଏବଂ ବକ୍ସାଇଟ୍‌ ଖଣି ଉତ୍ତୋଳନ ଓ କାରବାର ପାଇଁ ଅନୁବନ୍ଧିତ।

Comment