ଓଡ଼ିଶାଲାଇଭ୍‌ ବ୍ୟୁରୋ

 ବଲିଉଡ୍ ଅଭିନେତା ଓମ୍ ପୁରୀଙ୍କ ଆଜି ଜନ୍ମଦିନ ଅବସରରେ ଆଜି ସାରାଦେଶ ତାଙ୍କୁ ମନେ ପକାଉଛି। ୧୮ ଅକ୍ଟୋବର ୧୯୫୦ ମସିହାରେ ପଞ୍ଚାବର ହରିୟାଣାର ଉମବାଲା ସହରରେ ଓମ୍ ପୁରୀ ଜନ୍ମ ଗ୍ରହଣ କରିଥିଲେ। ୨୦୧୭ରେ ୬୬ ବର୍ଷ ବୟସରେ ତାଙ୍କର ମୃତ୍ୟ ଘଟିଥିଲା।

ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା କିଛି କଥା..

ଓମ୍ ପୁରୀ ତାଙ୍କ ପ୍ରାରମ୍ଭିକ ଶିକ୍ଷା ପଟିୟାଲାରେ ଶେଷ କରିଥିଲେ। ୧୯୭୬ରେ ପୁନେର ‘ଫିଲ୍ମ ଆଣ୍ଡ ଟେଲିଭିଜନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ରେ ସ୍ନାତକ ଶେଷ କରିବା ପରେ ଦେଢବର୍ଷ ପର୍ଯ୍ୟନ୍ତ ଏକ ଥିଏଟରରେ ଅଭିନୟ ଶିକ୍ଷା ଦେଇଥିଲେ ସେ। ପରେ ଓମ୍ ପୁରୀ ତାଙ୍କ ନିଜ ଥିଏଟରରେ  ଅଭିନୟ ଶିକ୍ଷା ଦେଇଥିଲେ।

ମରାଠୀ ନାଟକ ଉପରେ ଆଧାରିତ ଏକ ଫିଲ୍ମ‘ଘାସି ରାମ କୋତବାଲ’ରୁ ଓମ୍ ପୁରୀ ତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ୧୯୮୦ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଆକ୍ରୋଶ’ ରେ ସେ ସଫଳତା ପାଇଥିଲେ।  ସେ ବ୍ରିଟିଶ୍ ଓ ଆମେରିକୀୟ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ୧୯୯୦ରେ ତାଙ୍କୁ ଭାରତ ସରକାରଙ୍କ ତରଫରୁ ‘ପଦ୍ମ ଶ୍ରୀ’ ସମ୍ମାନରେ ସମ୍ମାନିତ କରାଯାଇଥିଲା।

Comment