ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ୍‌ ସୁପରଷ୍ଟାର ହ୍ରିତିକ ରୋଶନଙ୍କୁ କିଏ ବା ନଜାଣେ। ତାଙ୍କର ଦକ୍ଷ ଅଭିନୟ ଓ ଚମତ୍କାର ଡ୍ୟାନ୍ସ ପାଇଁ ସେ ବେଶ୍‌ ସୁଖ୍ୟାତି ଅର୍ଜନ କରିଛନ୍ତି। ଶିଶୁ କଳାକାର ଭାବେ ଅଭିନୟ ଦୁନିଆରେ ପାଦ ଦେଇଥିବା ହ୍ରିତିକ ଦର୍ଶକ ମହଲରେ ବେଶ ଲୋକପ୍ରିୟତା ଅର୍ଜନ କରିଛନ୍ତି। ଆଜି ହ୍ରିତିକ ନିଜର ୪୭ତମ ଜନ୍ମଦିନ ପାଳନ କରୁଛନ୍ତି। ହ୍ରିତିକ ୧୯୭୪ ମୁମ୍ବାଇରେ ଜନ୍ମ ହୋଇଥିଲେ। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି କଥା…

ଏବେ ବି ହ୍ରିତିକଙ୍କ ଫ୍ୟାନ୍ସମାନଙ୍କୁ ତାଙ୍କ ବିଷୟରେ କିଛି ରୋଚକ ଜାଣି ନଥିବେ।

– ହ୍ରିତିକଙ୍କୁ ତାଙ୍କ ପରିବାର ଲୋକେ ସ୍ନେହରେ ଡୁଗୁ ବୋଲି ଡାକନ୍ତି। ହ୍ରିତିକଙ୍କୁ ଏହି ନାମ ତାଙ୍କ ଜେଜେ ମା’ ଦେଇଥିଲେ।

– ହ୍ରିତିକ ଶିଶୁ କଳାକାର ଭାବେ ଆଶ, ଆସପାସ, ଭଗବାନ ଦାଦା, ଆପକେ ଦିୱାନେ ଆଦି ଫିଲ୍ମରେ ଅଭିନୟ କରିଥିଲେ।

– ୧୯୮୦ ମସିହାରେ ଆଶା ପିଲ୍ମରେ ଏକ ଡ୍ୟାନ୍ସ ପାଇଁ ହ୍ରିତିକଙ୍କୁ ୧୦୦ଟଙ୍କା ମିଳିଥିଲା।

– ୨୦୦୨ରେ ‘କହୋ ନା ପ୍ୟାର ହୈ’ ଫିଲ୍ମ ଜରିଆରେ ହ୍ରତିକ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନେତ୍ରୀ ଅମିଷା ପଟେଲଙ୍କୁ ଦେଖିବାକୁ ମିଳିଥିଲା। ଏହି ଫିଲ୍ମକୁ ତାଙ୍କ ବାପା ରାକେଶ ରୋଶନ ଡିରେକ୍ଟ କରିଥିଲେ। ସୁନ୍ଦର ଅଭିନୟ ପାଇଁ ତାଙ୍କୁ ବେଷ୍ଟ ଆକ୍ଟରର ଆୱାର୍ଡ ମିଳିଥିଲା।

– ଅଭିନୟ କ୍ୟାରିୟର ଭିତରେ କ୍ରିସ ଫିଲ୍ମ ତାଙ୍କର ସବୁଠାରୁ ବେଷ୍ଟ ଫିଲ୍ମ।

LEAVE A REPLY

Please enter your comment!
Please enter your name here