ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସାମ ସିଲଚର ହସ୍ପିଟାଲର ଜଣେ ଡାକ୍ତରଙ୍କ ଡ୍ୟାନ୍ସ ଭିଡିଓକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି। ଏହି ଭିଡିଓରେ ଡାକ୍ତର ଜଣକ ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ‘ଓ୍ୱାର’ ଫିଲ୍ମର ‘ଘୁଙ୍ଗୁରୁ’ ଗୀତରେ ଡ୍ୟାନ୍ସ କରିଥିଲେ। ଏବେ ଡାକ୍ତରଙ୍କ ଏହି ଭିଡିଓ ଦେଖି ହ୍ରିତିକ ପ୍ରଶଂସା କରିଛନ୍ତି। ଏମିତିକି ସେ ମଧ୍ୟ ଏହି ଡାକ୍ତରଙ୍କଠାରୁ ଡ୍ୟାନ୍ସ ଶିଖିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି।

ହ୍ରିତିକ ଟୁଇଟରେ ଡାକ୍ତରଙ୍କ ଭିଡିଓ ସେୟାର କରି ଲେଖିଛନ୍ତି,‘‘ ଡାକ୍ତର ଅରୂପଙ୍କଠାରୁ ମୁଁ ଡ୍ୟାନ୍ସ ଶିଖିବାକୁ କୌଣସି ଦିନ ଆସାମ ଯିବି। ତାଙ୍କ ଭଳି ଭଲ ଡ୍ୟାନ୍ସ କରିବି’’।

ହ୍ରିତିକଙ୍କ ଏହି ପୋଷ୍ଟରେ ୟୁଜର୍ସ ଖୁବ୍‌ ପ୍ରତିକ୍ରିୟା ଦେଇଛନ୍ତି।

ଡାକ୍ତର ଅରୂପ ସେନାପତିଙ୍କ ବନ୍ଧୁ ଡାକ୍ତର ସୈୟଦ ଫୈଜନ ଅହମ୍ମଦ ଏହି ଭିଡିଓକୁ ଅକ୍ଟୋବର ୧୮ରେ ଟୁଇଟରରେ ପୋଷ୍ଟ କରିଥିଲେ। କୋଭିଡ ରୋଗୀଙ୍କ ମୁହଁରେ ହସ ଆଣିବା ପାଇଁ ଡାକ୍ତର ଅରୂପ ଡ୍ୟାନ୍ସ କରିଥିବା ସେ ତାଙ୍କ ଟୁଇଟରେ କହିଥିଲେ।

LEAVE A REPLY

Please enter your comment!
Please enter your name here