ଓଡ଼ିଶାଲାଇଭ୍‌ ବ୍ୟୁରୋAkshay-Kumar 4

ଆସାମରେ ଜୁଲାଇ ମାସରେ ତାଣ୍ଡବ ରଚିଥିଲା ବନ୍ୟା। ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏଭଳି ଏକ ବିପତ୍ତି ସମୟରେ ଆସାମର ବନ୍ୟା ପୀଡିତଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର।

ବନ୍ୟା ପୀଡ଼ିତଙ୍କ ପାଇଁ ୧ କୋଟି ଟଙ୍କା ଦାନ କରିଛନ୍ତି। ଏଥିପାଇଁ ଆସାମର ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୋୱାଲ ଏକ ଟୁଇଟ୍ ମାଧ୍ୟମରେ ଅକ୍ଷୟ କୁମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।BGU

ବନ୍ୟା ଯୋଗୁଁ ଦେଶର ଅନେକ ରାଜ୍ୟ ପ୍ରଭାବିତ ହୋଇଛନ୍ତି। ସବୁଠୁ ଅଧିକ ଆସାମ ପ୍ରଭାବିତ ହୋଇଛି। ଗତମାସରେ ହୋଇଥିବା ବନ୍ୟା ଦ୍ୱାରା ପ୍ରାୟ ୨୮ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ହଜାର ହଜାର ଘର ନଷ୍ଟ ହୋଇଛି। ଫସଲ ନଷ୍ଟ ହୋଇଛି ଏବଂ ଅନେକ ସ୍ଥାନରେ ରାସ୍ତା ଓ ବ୍ରିଜ ଭାଙ୍ଗି ଯାଇଛି।

Comment