ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଭିଡ୍‌ ରୋଗୀଙ୍କୁ ହସେଇବା ପାଇଁ ଡାକ୍ତରଙ୍କ ଉଦ୍ୟମ। ପିପିଇ କିଟ୍‌ ପିନ୍ଧି ରୋଗୀଙ୍କ ସାମ୍ନାରେ ଓ୍ୱାର ଫିଲ୍ମର ‘ଘୁଙ୍ଗୁରୁ’ ଗୀତରେ କଲେ ଡ୍ୟାନ୍ସ। ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେବା ପରେ ଏହି ଡାକ୍ତରଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି।

ଭାଇରାଲ ଭିଡିଓ ଆସାମର ସିଲଚର ହସ୍ପିଟାଲର ବୋଲି ଜଣାପଡ଼ିଛି। ଭିଡିଓରେ ଡ୍ୟାନ୍ସ କରୁଥିବା ଡାକ୍ତର ଜଣକ ହେଉଛନ୍ତି ସେହି ହସ୍ପିଟାଲର ଇଏନ୍‌ଟି ସର୍ଜନ ଡାକ୍ତର ଅରୂପ ସେନାପତି।

ଡାକ୍ତର ଅରୂପ ସେନାପତିଙ୍କ ବନ୍ଧୁ ଡାକ୍ତର ସୈୟଦ ଫୈଜନ ଅହମ୍ମଦ ଏହି ଭିଡିଓକୁ ଅକ୍ଟୋବର ୧୮ରେ ଟୁଇଟରରେ ପୋଷ୍ଟ କରିଥିଲେ। କୋଭିଡ ରୋଗୀଙ୍କ ମୁହଁରେ ହସ ଆଣିବା ପାଇଁ ଡାକ୍ତର ଅରୂପ ଏଭଳି କରିଥିବା ସେ ତାଙ୍କ ଟୁଇଟରେ କହିଛନ୍ତି।

ଏହି ଭିଡିଓରେ ଡାକ୍ତର ଅରୂପ ସେନାପତିଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଥିଲା। ସେ ଅଭିନେତା ହ୍ରିତିକ ରୋଶନଙ୍କ ସିଗ୍ନେଚର ଷ୍ଟେପ୍‌ ମଧ୍ୟ କରିଥିଲେ।  ୟୁଜର୍ସ ଡାକ୍ତରଙ୍କ ଏହି ପଦକ୍ଷେପ ପାଇଁ ପ୍ରଶଂସା ମଧ୍ୟ କରିଛନ୍ତି।

Comment