ଓଡ଼ିଶାଲାଇଭ ବ୍ୟୁରୋ

ଟ୍ରକ ପଛରେ ପିଟିଲା କାର୍‌। ଫଳରେ ଗୋଟିଏ ପରିବାରର ୫ଜଣ ଗୁରୁତର ଆହତ ହୋଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ପିପିଲି ଅନ୍ତର୍ଗତ ମଙ୍ଗଳପୁର ଛକରେ। ଆହତମାନେ ହେଲେ ପଶ୍ଚିମବଙ୍ଗ ମେଦିନାପୁର ଜିଲ୍ଲା ବାଜୁଡାବା ଅନ୍ତର୍ଗତ ଝାଡ଼ଗ୍ରାମର ବିଭୁତି ଭୂଷଣ ମିର୍ଦ୍ଧା ଓ ତାଙ୍କ ପରିବାର।

ବିଭୁତି ଭୂଷଣ ତାଙ୍କ ତାଙ୍କ ପରିବାର କାରରେ ଜଗନ୍ନାଥ ଦର୍ଶନ କରିବାକୁ ଯାଉଥିବା ବେଳେ ଏଭଳି ଅଘଟଣା ଘଟିଛି। ତାଙ୍କ ପୁଅ ବିପ୍ଳବ କାର ଚଳାଉଥିଲେ। ପିପିଲି ନିକଟସ୍ଥ ମଙ୍ଗଳପୁରର ଭୋଗବାଙ୍କ ଛକରେ ଏକ ହାଇୱା ଟ୍ରକ୍ ପଛରେ କାର୍‌ଟି ଭାରସାମ୍ୟ ହରାଇ ପିଟି ହୋଇ ଯାଇଥିଲା।

ଏହାଫଳରେ କାରଟି ପ୍ରାୟ ତିନି କିଲୋମିଟର ଯାଏଁ ଘୋଷାଡ଼ି ହୋଇ ଯାଇଥିଲା। ଏଥିରେ ବିଭୁତି ଭୂଷଣ ମିର୍ଦ୍ଧା, ପୁଅ ବିପ୍ଳବ, ପତ୍ନୀ ଲୀଳା, ବୋହୂ ଏବଂ ନାତୁଣୀ ମୋନିତା ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଛି।

Comment