ଓଡ଼ିଶାଲାଇଭ ବ୍ୟୁରୋ

ଆଇସିସି ଟେଷ୍ଟ ବ୍ୟାଟ୍ସମ୍ୟାନ ତାଲିକାର ପ୍ରଥମ ସ୍ଥାନକୁ ଫେରିବା ଲକ୍ଷ୍ୟରେ ବିରାଟ କୋହଲି। ଆସେସ ଟେଷ୍ଟରେ ଚମତ୍କାର ପ୍ରଦର୍ଶନ କରି ପ୍ରଥମ ସ୍ଥାନରେ କବଜା କରି ରହିଛନ୍ତି ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ। ହେଲେ ବର୍ତ୍ତମାନ ତାଙ୍କ ସ୍ଥାନ ବିପଦରେ ରହିଛି। କାରଣ ବିରାଟ ତାଙ୍କଠାରୁ ଆଉ ମାତ୍ର ଗୋଟିଏ ପଏଣ୍ଟ ପଛରେ ରହିଛନ୍ତି।

ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ଵିତୀୟ ଟେଷ୍ଟରେ ବିରାଟ ଦ୍ଵିଶତକ ହାସଲ କରିବା ସହ ପୁମି ଫର୍ମକୁ ଫେରିଛନ୍ତି। ବର୍ତ୍ତମାନ ଷ୍ଟିଭେନ ସ୍ମିଥ ୯୩୭ ପଏଣ୍ଟରେ ରହିଥିବା ବେଳେ ବିରାଟ ତାଙ୍କ ପଛକୁ ୯୩୬ ପଏଣ୍ଟରେ ରହିଛନ୍ତି। ଅନ୍ତିମ ଟେଷ୍ଟରେ ବିରାଟ ଭଳ ପ୍ରଦର୍ଶନ କଲେ ପୁଣି ଏକ ନମ୍ଵର ବ୍ୟାଟ୍ସମ୍ୟାନ ତାଲିକାକୁ ପେରି ପାରିବେ।

ସେହିପରି ନଭେମ୍ଵର ୨୧ରେ ପାକ୍ସାନ ବିପକ୍ଷରେ ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚ ଖେଳିବ। ଯଦି ପୁଣି ସ୍ମିଥ ଏଥିରେ ଭଲ ପ୍ରଦର୍ଶନ କରନ୍ତି ତେବେ ସେ ବିରାଟଙ୍କୁ ଟପିବାକୁ ସପଳ ହେବେ।

Comment